ନଳକୂପ ହେଉନି ମରାମତି, ଲୋକେ ହନ୍ତସନ୍ତ

ବୌଦ୍ଧ,୨୭/୯ – କଣ୍ଟାମାଳ ବ୍ଲକ୍ ଲମ୍ବସରୀ ଗ୍ରାମରେ ଥିବା ଦୁଇଟି ନଳକୂପ ପ୍ରାୟ ମାସେ ହେବ ଅଚଳ ହୋଇ ପଡିଥିବାରୁ ଲୋକେ ପାଣି ପାଇଁ ଡହଳ ବିକଳ ହେଉଥିବା ଅଭିଯୋଗ ହୁଏ | ମିଳିଥିବା ସୂଚନା ଅନୁଯାୟୀ ଲମ୍ବସରୀ ଗ୍ରାମର ଦୁଇଟି ନଳକୂପ ଦୀର୍ଘ ଏକ ମାସ ଧରି ଅଚଳ ହୋଇ ରହିଛି | ନଳକୂପର ମରାମତି ପାଇଁ ସ୍ଥାନୀୟ ସରପଞ୍ଚଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ମରାମତି ପାଇଁ ଆବଶ୍ୟକ ଯନ୍ତ୍ରାଂଶ ନ ଥିବା ଯୋଗୁଁ ତାହା ହୋଇ ପାରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି | ଏ ଦିଗରେ ପଞ୍ଚାୟତିରାଜ୍ ଓ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପଦକ୍ଷେପ ଗ୍ରହଣ କରି ତୁରନ୍ତ ମରାମତି କରାଇବାକୁ ଜନସାଧାରଣରେ ଦାବୀ ହେଉଛି l

Comments (0)
Add Comment