ଗଞ୍ଜେଇ ଭର୍ତ୍ତି କାର ଜବତ, ୨ଜଣ ଗିରଫ

ଦାରିଙ୍ଗବାଡ଼ି,୩୦/୯: ଦାରିଙ୍ଗବାଡ଼ି ଥାନା ପୋଲିସ ପକ୍ଷରୁ ଗଞ୍ଜେଇ ଭର୍ତ୍ତି କାର ଜବତ କରାଯିବା ସହ ୨ ଜଣକୁ ଗିରଫ କରାଯାଇଥିବା ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଜଣେ ନାବାଳକ ହୋଇଥିବା ବେଳେ ଆଉ ଜଣେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପରପାଙ୍ଗା ଗ୍ରାମର ସାଗର ପ୍ରଧାନ(୩୧) । ଗାଡିରୁ ୮୧ କିଲୋ ୬୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ପୋଲିସ ସୂଚନା ଦେଇଛି । ଏହି ଦୁଇ ଜଣ ମିଶି ଏକ କାର (ଡାବ୍ଲୁବି ୦୨ଜେଡ଼ ୦୫୯୮)ରେ ଗଞ୍ଜେଇ ଧରି ବାଲିଗୁଡା ଠାରୁ ଦାରିଙ୍ଗବାଡ଼ି ଅଭିମୁଖେ ଆସୁଥିବା ବେଳେ ଦାରିଙ୍ଗବାଡ଼ି ପୋଲିସ କୌଣସି ସୂତ୍ର ରୁ ଖବର ପାଇ ଥାନା ଅଧିକାରୀ କୌଶିକ ମାଝୀ ଙ୍କ ନିର୍ଦେଶ କ୍ରମେ ଏସଆଇ ସୌମ୍ୟରଞ୍ଜନ ଜେନା ଙ୍କ ନେତୃତ୍ୱରେ ସଦଳବଦଳ ପୋଲିସ ଜାତୀୟ ରାଜପଥ ୫୯ ସ୍ଥିତ ଶ୍ରାନିକେତା ଘାଟି ଉପରେ ଜଗିରହି ଗାଡି କୁ ଜବତ କରିଥିଲେ । ଗାଡି ଜବତ କରିବା ପରେ ଗାଡି ଭିତରେ ଥିବା ଗଞ୍ଜେଇ ଜବତ କରି ୨ ଜଣ କୁ ଗିରଫ କରିଥିଲା ପୋଲିସ । ଏନେଇ ପୋଲିସ ମାମଲା ନଂ ୧୧୫/୨୦ ରୁଜୁ କରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।

Comments (0)
Add Comment