କଟକଣାକୁ ଫୁ: କାର୍ତ୍ତିକ ପୂର୍ଣ୍ଣିମା ସକାଳୁ ମନ୍ଦିର ଆଗରେ ଭିଡ଼

ସମ୍ୱଲପୁର :କରୋନା ସଂକ୍ରମଣ ଉପରେ ନିୟନ୍ତ୍ରଣ ପାଇଁ ମନ୍ଦିରମାନଙ୍କରେ ଲୋକଙ୍କ ଭିଡ଼ ଉପରେ କଟକଣା ଜାରିକୁ କାର୍ଯ୍ୟକାରୀ କରିବା ପାଇଁ ଅନେକ ମନ୍ଦିରରେ ପୁଲିସ ମୁତୟନ ମଧ୍ୟ କରାଯାଇଛି । ହେଲେ ଲୋକଙ୍କ ଭାବନା ଆଗରେ ଏହାର ବିଶେଷ ପ୍ରଭାବ ଦେଖାଯାଉ ନାହିଁ ଓ କଟକଣାକୁ ଫୁ କରି ଅନେକ ମନ୍ଦିର ଓ ଗୁରୁଦ୍ୱାରାମାନଙ୍କରେ ଆଜି ଭକ୍ତଙ୍କ ଭିଡ଼ ଲାଗି ରହିଛି । ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏକାଧିକ ଉତ୍ସବ ପାଳନ ହେଉଥିବାରୁ ଭକ୍ତଙ୍କ ଭକ୍ତି ଆବେଗ ଆଗରେ କରୋନା ଭୟ ଓ କଟକଣା ସବୁ ପ୍ରଭାବ ପକାଇ ପାରିନାହିଁ । ଏପରିକି ଏଠାରେ କିଛି ନଦୀଘାଟରେ ଲୋକେ ଉତ୍ସାହ ଓ ଉଦ୍ଦିପନା ସହିତ ବୋଇତ ବନ୍ଦାଣ ମଧ୍ୟ କରିଛନ୍ତି । ଭକ୍ତଙ୍କ ହାତରୁ ଦାନ ଗ୍ରହଣ କରିବା ପାଇଁ ମନ୍ଦିର ସମ୍ମୁଖ ରାସ୍ତା କଡ଼ରେ ଭିକ୍ଷୁକଙ୍କ ଭିଡ଼ ମଧ୍ୟ ଲାଗି ରହିଛି । ଆଜି ଗୋଟିଏ ଦିନରେ ରାସ ପୂର୍ଣ୍ଣିମା, ବୋଇତ ବନ୍ଦାଣ ଉତ୍ସବ, ଶିବ ପାର୍ବତୀଙ୍କ ଜ୍ୟେଷ୍ଠପୁତ୍ର କୁମାର କାର୍ତ୍ତିକେୟଙ୍କ ପବିତ୍ର ଜନ୍ମଦିନ, ଗୁରୁ ନାନକ ଦେବଙ୍କ ୫୫୧ତମ ଜନ୍ମ ଜୟନ୍ତୀ, ଭଗବାନ ବିଷ୍ଣୁଙ୍କ ପ୍ରଥମ ଅବତାର ମତ୍ସ୍ୟାବତାର, ଭଗବାନ ମହାଦେବଙ୍କ ହାତରେ ତ୍ରିପୁରାସୁର ତିନି ରାକ୍ଷସଙ୍କ ସଂହାର ଏବଂ ଦେବୀ ଦେବତାମାନଙ୍କ ପାଇଁ ଶୁଭ ଦୀପାବଳୀ ଉତ୍ସବ ଆଦି ମହାସମାରୋହ ସହକାରେ ପାଳିତ ହେଉଅଛି ।

Comments (0)
Add Comment