ଗଛକୁ ଧକ୍କା ଦେଲା କାର,ଅଳ୍ପକେ ବର୍ତ୍ତିଲେ ଚାଳକ ଓ ଯାତ୍ରୀ

ହରଭଙ୍ଗା : ପୁରୁଣାକଟକ ଥାନା ଅନ୍ତର୍ଗତ ଖୋର୍ଦ୍ଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ କଇରୀଘାଟି ନିକଟରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଚାଳକ ଓ ଯାତ୍ରୀ । ସୂଚନା ମତେ ଏକ ନାଲି ରଙ୍ଗର କାର ଖୋର୍ଦ୍ଧା ପଟୁ ବଲାଙ୍ଗୀର ପଟକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ କଇରୀ ଘାଟି ଠାରେ ରାସ୍ତା କଡ଼ର ଏକ ଗଛକୁ ଧକ୍କା ଦେଇଥିଲା । ଫଳରେ ଗାଡ଼ି ଚାଳକଙ୍କ ସମେତ ଗାଡ଼ିରେ ଥିବା ଆଉ ଜଣେ ବ୍ୟକ୍ତି ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଯାଇଛନ୍ତି । ଗାଡ଼ିର ବାମ ପାଖ ମାଡ ହୋଇଥିବା ବେଳେ ଗାଡ଼ି ଚାଳକ ଓ ଗାଡ଼ିରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ସାମାନ୍ୟ ଆଘାତ ଲାଗି ଥିବାରୁ ଆହତ ଦ୍ୱୟଙ୍କୁ ଆଡେନିଗଡ଼ ଡାକ୍ତରଖାନାକୁ ଆଶୁ ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ଆଡେନିଗଡ଼ ଫାଣ୍ଡି ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।

Comments (0)
Add Comment