ଦିନିକିଆ ଓଡ଼ିଶାଗସ୍ତରେ ଆସିବେ ଅମିତ ଶାହ ଓ ରାଜନାଥ ସିଂହ

ଭୁବନେଶ୍ବର: ଆସନ୍ତାକାଲି ଦିନିକିଆ ଓଡ଼ିଶାଗସ୍ତରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଉଭୟେ ମଙ୍ଗଳବାର ଦିନ ସୁନାବେଡ଼ାଠାରେ ଥିବା ହିନ୍ଦୁସ୍ତାନ୍ ଏରୋନେଟିକ୍ସ ଲିମିଟେଡ୍(ହାଲ୍‌) ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ବୋଲି ସୂଚନା ରହିଛି।
ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଗସ୍ତକୁ ଆଖି ଆଗରେ ରଖି କୋରାପୁଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Comments (0)
Add Comment