କୋଇଲା ଟ୍ରକ୍ ଜବତ ଘଟଣା : ପୁଲିସକୁ ସୂଚନା ଦେଇଥିବା ସନ୍ଦେହରେ ଆକ୍ରମଣ

ବୌଦ୍ଧ : ଗତ ବୁଧବାର ଦିନ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅଂଚଳରୁ ଦୁଇଟି କୋଇଲା ବୋଝେଇ ଟ୍ରକ୍ ଜବତ ହୋଇ ଉଭୟ ଟ୍ରକର ଡ୍ରାଇଭର ଅଟକ ହେବା ମାମଲା ଭିନ୍ନ ମୋଡ ନେଇଛି । କୋଇଲା ଚୋରାଚାଲାଣ ହେଉଥିବା ସଂପର୍କରେ ପୁଲିସକୁ ସୂଚନା ଦେଇଥିବା ସନ୍ଦେହ କରି ବାଉଁଶୁଣୀ ଥାନା ସଂପର୍କରେ ପୁଲିସକୁ ସୂଚନା ଦେଇଥିବା ସନ୍ଦେହ କରି ବାଉଁଶୁଣୀ ଥାନା ମୁଣ୍ଡିପଦର ଗ୍ରାମ ପଞ୍ଚାୟତର ରାଉତବାହାଲ ଗ୍ରାମ ନିବାସୀ ନରେଶ କୁମାର ପ୍ରଧାନଙ୍କୁ ଚୋରା ଚାଲାଣରେ ସଂପୃକ୍ତ ବ୍ୟକ୍ତି ଆକ୍ରମଣ କରିଥିବା ବାଉଁଶୁଣୀ ଥାନାରେ ଏତାଲା ହୋଇଛି ।


ଲକଡାଉନ ଓ ବୌଦ୍ଧ ଜିଲ୍ଲାର ସମସ୍ତ ସୀମା କରୋନା ପାଇଁ ପୁଲିସ ସିଲ୍ କରିଥିବା ବେଳେ ପ୍ରତିଦିନ ଟ୍ରକଟ୍ରକ କୋଇଲା ବୌଦ୍ଧକୁ ଜିଲ୍ଲା ବାହାରୁ ବୌଦ୍ଧ ଜିଲ୍ଲାର ମାଟି ଇଟାଭାଟି ମାନଙ୍କୁ କେମିତି ଆସୁଛି ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଥିଲା । ବୁଧବାର ସକାଳେ ଦୁଇଟି କୋଇଲା ବୋଝେଇ ଟ୍ରକ ବାଉଁଶୁଣୀ ଥାନା ସାହାଜପାଲ ଓ ମୁଣ୍ଡିପଦର ଅଂଚଳକୁ ଆସିଥିବା ଖବର ପାଇ ବାଉଁଶୁଣୀ ପୁଲିସ ଟ୍ରକ୍ ଦୁଇଟିକୁ ଜବତ କରି ଥାନାକୁ ଆଣିଥିଲା । କୋଇଲା ଚାଲାଣରେ ସଂପୃକ୍ତ ଚୋରାବେପାରୀମାନେ ଏଥିରେ ଉତକ୍ଷିପ୍ତ ହୋଇ ପୁଲିସକୁ ସୂଚନା ଦେଇଥିବା ସନ୍ଦେହ କରି ରାଉତବାହାଲ ଗ୍ରାମର ନରେଶ କୁମାର ପ୍ରଧାନଙ୍କୁ ଗୁରୁବାର ସକାଳେ ଆକ୍ରମଣ କରି ଜୀବନରେ ମାରିଦେବାକୁ ଧମକ ଦେଇଥିବା ବାଉଁଶୁଣୀ ଥାନାରେ ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ଗୁରୁବାର ସକାଳ ଘ.୯/୩୦ମି. ସମୟରେ ସେହି ଗ୍ରାମର ନରେଶ ପ୍ରଧାନଙ୍କ ଘରକୁ ଯାଇ କୋଇଲା ଚାଲାଣ ମାମଲାରେ ତୁ କାହିଁକି ପୁଲିସକୁ ସୂଚନା ଦେଲୁ କହି ନରେଶକୁ ମାଡ ମାରିଥିଲେ । ଲିଖିତ ଅଭିଯୋଗ ଅନୁଯାୟୀ କୁଆଡେ ନରେଶ ପ୍ରଧାନ ଫୋନ କରି ପୁଲିସକୁ ସୂଚନା ଦେଇଥିବା ବାଉଁଶୁଣୀ ଥାନାଧିକାରୀ ଅଭିଯୁକ୍ତଙ୍କୁ କହିଥିଲେ ବୋଲି ଉଲ୍ଲେଖ ରହିଛି । ଅଭିଯୋଗକାରୀଙ୍କ ଠାରୁ ଏଫଆଇଆର୍ ପାଇବା ପରେ ବାଉଁଶୁଣୀ ପୁଲିସ ଥାନାରେ ଏକ ମାମଲା ୩୮/୨୦୨୦ରେ ପଞ୍ଜିକୃତ କରିଛି । ଭାରତୀୟ ପିଙ୍ଗଳ କୋର୍ଡ ଧାରା ୩୪୧, ୨୯୪, ୩୨୩, ୫୦୬ରେ ମାମଲା ରୁଜୁ କରିଥିବା ଜଣାପଡିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲାରେ ଶହଶହ ସଂଖ୍ୟାରେ ମାଟ ଇଟାଭାଟି ଚାଲିଥିବାରୁ ପ୍ରତିଦିନ ଟ୍ରକ୍ ଟ୍ରକ୍ କୋଇଲା ଇଟା ପୋଡିବା ପାଇଁ ଚୋରାରେ ଜିଲ୍ଲାକୁ ଆସିଥାଏ । ଜିଲ୍ଲା ସୀମା ସିଲ୍ ହୋଇଥିବା ସତ୍ତ୍ୱେ ଲକଡାଉନ ସମୟରେ ମଧ୍ୟଏହି ଚୋରା ଚାଲାଣ ଉପରେ ପୁଲିସ ରୋକ୍ ଲଗାଇବାରେ ସକ୍ଷମ ନହେବା ସମସ୍ତଙ୍କୁ ବିସ୍ମିତ କରିଛି ।

Comments (0)
Add Comment