ମହାପ୍ରଭୁଙ୍କ ଶରଣରେ ବିଧାୟକ ପ୍ରାର୍ଥୀ

ପୁରୀ : ବିଜେଡିର ପ୍ରାର୍ଥୀ ଘୋଷଣାପରେ ନେତାମାନେ ଏବେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କର ଆଶୀର୍ବାଦ ନେଉଛନ୍ତି। ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ବାଙ୍କୀ ବିଧାୟକ ଦେବି ରଞ୍ଜନ ତ୍ରିପାଠୀ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଏବଂ ଧାମନଗର ବିଧାୟକ ପ୍ରାର୍ଥୀ ଡ ସଞ୍ଜୟ ଦାସ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଗାମୀ ନିର୍ବାଚନରେ ଜିତାପଟ ହାସଲ କରିବା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ଲୋଡିଛନ୍ତି। ତେବେ ଆଗାମୀ ନିର୍ବାଚନରେ ମହାପ୍ରଭୁଙ୍କ ଆଶୀର୍ବାଦରେ ବିଜେଡି ବିପୁଳ ବିଜୟ ହାସଲ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେଡି ନେତା କହିଛନ୍ତି। ସେପଟେ ଆଜି ପୁରୀରେ କଂଗ୍ରେସର ବସିଥିବା ଗୁପ୍ତ ବୈଠକରେ ଆଗାମୀ ନିର୍ବାଚନରେ ପ୍ରାର୍ଥୀତ୍ବକୁ ନେଇ ଆଲୋଚନା ହୋଇଥିଲା। ତେବେ ଖୁବଶୀଘ୍ର ସବୁକିଛି ଚୂଡାନ୍ତ କରାଯାଇ ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି ପୁରୀର ଯୁବ କଂଗ୍ରେସ ନେତା ସୁଜିତ ମହାପାତ୍ର କହିଛନ୍ତି।

Comments (0)
Add Comment