ବିଜେପି ସରସର । ମଣ୍ଡଳର ମହା ଜନସମ୍ପର୍କ ଅଭିଯାନ ସମ୍ମିଳନୀ

ବୌଦ୍ଧ,୩୦/୬:- ବିଜେପି ବୌଦ୍ଧ ଜିଲ୍ଲାର ୭ ନମ୍ୱର ମଣ୍ଡଳ ସରସରାର ମହା ଜନ ସମ୍ପର୍କ ଅଭିଯାନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମଣ୍ଡଳ ସଭାପତି ଶମ୍ଭୁ ପ୍ରସାଦ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି ଯୋଗଦାନ କରି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜିଙ୍କ ୯ ବର୍ଷ ଶାସନ ପୂର୍ତ୍ତି ଉପଲକ୍ଷେ ମଣ୍ଡଳ ସ୍ତରରେ ଜନସମ୍ପର୍କ ଅଭିଯାନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଧାରିତ ଆଲୋଚନା କରି କହିଥିଲେ ଯେ ବିଗତ ,୯ ବର୍ଷ ଧରି ଶାସନ କାଳରେ ଭାରତର ବିଶେଷ କରି ଓଡ଼ିଶାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସେବା, ସୁଶାସନ, ଗରିବୀ କଲ୍ୟାଣ ଯୋଜନା ଉପରେ ବକ୍ତବ୍ୟ ପ୍ରଦାନ କରି ତଥ୍ୟ ଉପସ୍ଥାପନ କରି ଓଡ଼ିଶାରେ ୧୮ ଲକ୍ଷରୁ ଉର୍ଦ୍ଧ ଗରିବ ଲୋକଙ୍କୁ ମାଗଣାରେ ପ୍ରଧାମନ୍ତ୍ରୀ ଆବାସ ଯୋଜନା ଯୋଗାଣ, ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମାଗଣାରେ ଚାଉଳ , ୭୬ ଲକ୍ଷ ପରିବାରକୁ ମାଗଣା ଶୌଚାଳୟ , ଉଜ୍ଜ୍ୱଳା ଯୋଜନାରେ ୫୪ ଲକ୍ଷ ପରିବାରକୁ ମାଗଣା ରୋଷେଇ ଗ୍ୟାସ, ସୌଭାଗ୍ୟ ଯୋଜନାରେ ୨୪ ଲକ୍ଷ ପରିବାରକୁ ମାଗଣା ବିଦ୍ୟୁତ ସଂଯୋଗ , ଜଳ ଜୀବନ ମିଶନରେ ୫୩ ଲକ୍ଷ ପରିବାରକୁ ଟ୍ୟାପ ଯୋଗେ ପିଇବା ପାଣି ଏପରି ବହୁ ଯୋଜନା ଉପରେ ଆଧାରିତ ଆଲୋଚନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ଶ୍ୟାମ ସୁନ୍ଦର ପୁରୋହିତ , ପୂର୍ବତନ ଜିଲ୍ଲା ସଭାପତି ଯୁଗଳ ସାହୁ, ସୂର୍ଯ୍ୟନାରାୟଣ ମହାପାତ୍ର ମୋଦୀଜିଙ୍କ ଲୋକ ହିତକର ଯୋଜନାର ସୁଫଳକୁ ସବୁ ସ୍ତରରେ ସୁବ୍ୟବସ୍ଥିତ ଭାବରେ ପହଞ୍ଚାଇବା ପାଇଁ ମାର୍ଗ ଦର୍ଶନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମଣ୍ଡଳ ର କର୍ମକର୍ତ୍ତା ଶେଷ ଛାନ୍ଦ, ସୁଦାମ ମେନ୍ଦିଲି, ଆଶୁତୋଷ ପ୍ରଧାନ,କୈବଲ୍ୟ ପ୍ରଧାନ,ରଞ୍ଜନ ଖେତି,ଭାରତ ପ୍ରଧାନ,କେଶବ ସେଠୀ,କଷ୍ଟେଶ୍ୱର୍‌ ପଲିଆ,ଗଣେଶ ବେହେରା ପ୍ରମୁଖ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Comments (0)
Add Comment