ବୌଦ୍ଧ: ଫୋନ ଯୋଗେ ମିଳିପାରିବ ଚିକିତ୍ସା ସୁବିଧା

ବୈାଦ୍ଧ: କରୋନା ଯୋଗୁଁ ଲକ୍‌ଡାଉନର ଅବଧି ବଢିଥିବା ବେଳେ ସାମାନ୍ୟ ଅସୁସ୍ଥତା ଓ ଆବଶ୍ୟକ ଚିକିତ୍ସା ଟେଲିଫୋନ ଯୋଗେ ଲୋକଙ୍କୁ ଉପଲବ୍ଧ କରାଇବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି । ଘରେ ରହି ଲୋକମାନେ ବିଭିନ୍ନ ବିଶେଷଜ୍ଞ ମାନଙ୍କ ଠାରୁ ଡାକ୍ତରୀ ପରାମର୍ଶ ଫୋନ୍‌ଯୋଗେ ଏଣିକି ନେଇପାରିବେ ରୋଗୀମାନେ । ସଂକ୍ରମଣକୁ ରୋକିବାପାଇଁ ଓ ସାମାଜିକ ଦୂରତାକୁ ଅବଲମ୍ବନ ପାଇଁ ପ୍ରଶାସନ ନେଇଥିବା ଏଭଳି ନିଷ୍ପତ୍ତିକୁ ଜନସାଧାରଣରେ ସ୍ୱାଗତ କରାଯାଇଛି । ସେଥିପାଇଁ ବିଶେଷଜ୍ଞ ଡାକ୍ତରମାନଙ୍କ ଏକ ନାମତାଲିକା ଓ ମୋବାଇଲ ନମ୍ବର ବୌଦ୍ଧଜିଲ୍ଲା ପ୍ରଶାସନ ଜାରି କରିଛି ।


ଶିଶୁରୋଗ ବିଶେଷଜ୍ଞ ଡାକ୍ତର ବିଶ୍ୱନାଥ ରାଉତ (୯୪୩୭୨୭୩୨୨୪) ଡାକ୍ତର ବିଜୟ କୁମାର ସାହୁ (୯୪୩୯୮୯୧୨୨୩), ସର୍ଜରୀ ବିଶେଷଜ୍ଞ ଡାକ୍ତର ଉମେଶ ପାଣିଗ୍ରାହୀ (୯୪୩୭୦୨୦୬୫୦), ଚକ୍ଷୁ ବିଶେଷଜ୍ଞ ଡାକ୍ତର ବଲ୍ଲଭ ଚନ୍ଦ୍ର ପ୍ରଧାନ (୯୧୭୮୬୩୯୮୪୮), ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଗୋପାଳ ଚନ୍ଦ୍ର ପାତ୍ର (୭୬୦୯୦୯୨୪୨୩), ରକ୍ତଭଣ୍ଡାର ପାଇଁ ଡାକ୍ତର ମଳୟ କୁମାର ସାହୁ (୭୦୦୮୫୧୦୦୫୬), ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁଦର୍ଶନ ମେହେର (୯୮୬୧୪୨୨୧୪୯) ଓ ଡାକ୍ତର ଦେବାନନ୍ଦ ସୁବୁଦ୍ଧି (୯୪୩୭୧୯୪୯୫୨) କର୍ଣ୍ଣ, ନାଶା ଓ ଗଳାପାଇଁ ବିଶେଷଜ୍ଞ ଡାକ୍ତର କେ.ସି ପଟ୍ଟନାୟକ (୯୪୩୭୨୯୫୮୨୭), ଭେଷଜ ବିଶେଷଜ୍ଞ ଡାକ୍ତର ଶୈଳେଶ ଧଳ ( ୯୪୩୭୪୦୪୮୫୪) ଓ ଡାକ୍ତର ଅଶୋକ ପ୍ରଧାନ (୯୪୩୭୭୧୨୭୭୭) ଓ ସର୍ଜରୀ ବିଶେଷଜ୍ଞ ଡାକ୍ତର ପ୍ରଦୋଷ ମହାପାତ୍ରଙ୍କୁ (୯୪୩୭୧୭୯୨୨୦)ରେ ଫୋନଯୋଗେ ଯୋଗାଯୋଗ କରି ଲୋକେ ଡାକ୍ତରୀ ପରାମର୍ଶ ନେବାପାଇଁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି । ନିୟମିତ ପରାମର୍ଶରେ ଥିବା ରୋଗୀମାନେ ନିଜଘରେ ବସି ଡାକ୍ତରୀ ପରାମର୍ଶ ନେଇପାରିବେ ଓ ସଙ୍କଟାପନ୍ନ କିମ୍ବା ଜରୁରୀ ପରିସ୍ଥିତିରେ ଡାକ୍ତରଖାନା ଆସିବାକୁ ଜିଲ୍ଲା ପ୍ରଶାସନ ଲୋକଙ୍କୁ ପରାମର୍ଶ ଦେଇଛି ।

Comments (0)
Add Comment