ଶଗଡାରେ ଶୌଣ୍ଢିକ ସମାଜର ଜୋନସ୍ତରୀୟ ସାଙ୍ଗଠନିକ ବୈଠକ

ଜହ୍ନାପଙ୍କ,୩୧/୧୦: ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ଶଗଡା ଗ୍ରାମରେ ଶୌଣ୍ଢିକ ସମାଜର ଜିଲ୍ଲା ସଭାପତି ଭୋଳାଗିରି ସାହୁଙ୍କ ଅଧ୍ୟକ୍ଷତାରେ ଏକ ଜୋନସ୍ତରୀୟ ସାଂଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭା ପ୍ରାରମ୍ଭରେ ସମାଜର ବରିଷ୍ଠ ସଦସ୍ୟ ବିଜୟ ସାହୁ ଇଷ୍ଟଦେବୀ ସୁବର୍ଣ୍ଣଗ୍ରାହୀଙ୍କ ପୂଜା ଅର୍ଚ୍ଚନା କରି ସଭା ଉଦ୍ଘାଟନ କରିଥିଲେ । ବୌଦ୍ଧ ବ୍ଲକର ବିଭିନ୍ନ ଗ୍ରାମରୁ ପୁରୁଷ, ମହିଳା ଓ ଜୋନ ସଭାପତିମାନେ ଯୋଗ ଦେଇଥିଲେ । ସଭା ଆରମ୍ଭ ବେଳେ ସଭାପତି ଭୋଳାଗିରି ସାହୁ ପ୍ରାଥମିକ ଉଦବୋଧନ ଦେଇ ଏକତା ଓ ଶୃଙ୍ଖଳା ରକ୍ଷା କଲେ ସମାଜର ଉନ୍ନତି ହେବ ବୋଲି ପ୍ରକାଶ କରିଥିଲେ । ସମ୍ପାଦକ ନିର୍ମଳ କୁମାର ସାହୁ ପୂର୍ବ ସଭାର ବିବରଣୀ ପାଠ କରିଥିଲେ ଏବଂ ସମାଜ ସଂଗଠନ ନିମନ୍ତେ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କଲେ । ଶଗଡା ଜୋନର ମୁଖ୍ୟ ଆନନ୍ଦ ସାହୁ ସଭା ପରିଚାଳନାରେ ସାହାଯ୍ୟ କରିଥିଲେ । ସେ ଇଷ୍ଟଦେବୀଙ୍କ ମନ୍ଦିର ନିର୍ମାଣ ସମ୍ବନ୍ଧରେ ଆଲୋଚନା କରି ଆସନ୍ତା ଫେବୃଆରୀ ମାସ ମଧ୍ୟରେ ନିଜର ଅନୁଦାନ ପୈଠ କରିବାକୁ ପରାମର୍ଶ ଦେଇଥିଲେ । ଏହି ସଭାର ସଫଳତା ପାଇଁ ବିଭିନ୍ନ ଜୋନର ସଭାପତି ପ୍ରମୋଦ ସାହୁ, ଗୋବର୍ଦ୍ଧନ ସାହୁ, କାଳିଆ ସାହୁ, ହରିଶ୍ଚନ୍ଦ୍ର ସାହୁ, ଶାନ୍ତନୁ ବେହେରା, ନେତ୍ରାନନ୍ଦ ସାହୁ, ଦୁର୍ଜନ ସାହୁ, ଶେଷଦେବ ସାହୁ, ରାଜେଶ ସାହୁ, ଉତ୍ତମ ସାହୁ, ନାରାୟଣ ସାହୁ, ସୁମନ୍ତ ସାହୁ, ଚିତ୍ତରଞ୍ଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ କ୍ଷିରେନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ ।

Comments (0)
Add Comment