ବୌଦ୍ଧ:ସିଦ୍ଧ ହନୁମାନ ମନ୍ଦିରରେ ଶ୍ରୀଶ୍ରୀ ହନୁମାନ ଜୟନ୍ତୀ ଉତ୍ସବ

ବୌଦ୍ଧ,୨୩/୪:- ବୌଦ୍ଧ ସହର ମହାନଦୀ ମଧ୍ୟସ୍ତ ସିଦ୍ଧ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆଜି ହନୁମାନ ଜୟନ୍ତୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃରୁ ମନ୍ଦିରରେ ଧ୍ୱ୍ୱଜା ରୋପଣ ପରେ ବ୍ରତଧାରୀ ମହିଳାମାନେ ମହାନଦୀରୁ କଳସରେ ଜଳବୁଡାଇ ସହର ପରିକ୍ରମା କରି ପୂଜାସ୍ଥଳରେ କଳସ ସ୍ଥାପନ କରିଥିଲେ । ଏହାପରେ ସାମୁହିକ ୧୦୮ ହନୁମାନ ଚାଳିଶା ପାଠ, ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଶ୍ୱ ଶାନ୍ତି ହୋମ ଯଜ୍ଞ, ସତସଙ୍ଗ ଓ ନାମ ସହିତ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ସିଦ୍ଧ ହନୁମାନ ମନ୍ଦିର ଉପଦେଷ୍ଟା ବୋର୍ଡର ସମସ୍ତ କର୍ମକର୍ତ୍ତାଙ୍କ ସମେତ ସହରର ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ବୋର୍ଡର ସଭାପତି କୃତ୍ତିବାସ ପଲିଆ, ଉପସଭାପତି ଶଙ୍କର ସାହୁ, ସମ୍ପାଦକ ସରୋଜ କୁମାର ସାହୁ, ସହସମ୍ପାଦକ ରାଜ କୁମାର ସାହୁ, କୋଷାଧକ୍ଷ ରାଧେଶ୍ୱାମ ସାହୁ, ଉପଦେଷ୍ଟା ଶ୍ୟାମସୁନ୍ଦର ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳନା କରାଯାଇଥିଲା । ମନ୍ଦିର ପୂଜକ ବିଭୁ ପ୍ରସାଦ ପାଢ଼ୀ, ଯଜ୍ଞ ପୂଜକ ଅଙ୍ଗିରା ମିଶ୍ର, ଗରିବ ମିଶ୍ର, ମାନସ କୁମାର ମିଶ୍ର ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଆୟୋଜନ ପାଇଁ କାର୍ଯ୍ୟକାରୀ ସଦସ୍ୟ ମାନ ଭଂଜନ ମାହାଣା,ମନୋଜ କୁମାର ପାତ୍ର, ବିକାଶ ଭଞ୍ଜ, ଗଜେନ୍ଦ୍ର କୁମାର ସାହୁ, ନାରାୟଣ ପ୍ରଧାନ, ମିନୁ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ସନ୍ଧ୍ୟାରେ ପ୍ରଭୁ ଶ୍ରୀହନୁମାନଙ୍କ ଦର୍ଶନ ପାଇଁ ମନ୍ଦିରରେ ଭିଡ ଲାଗିଥିବାବେଳେ ସମସ୍ତ ଶ୍ରଦ୍ଧାଳୁ ଅନ୍ନଭୋଗ ସେବନ କରିଥିଲେ ।

Comments (0)
Add Comment