କଂଗ୍ରେସ ପକ୍ଷରୁ କିଷାନ ଅଧିକାର ଦିବସ ଓ ସତ୍ୟାଗ୍ରହ ପାଳିତ

ବୌଦ୍ଧ,୩୧/୧୦ – ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରାଗାନ୍ଧୀଙ୍କ ପୂଣ୍ୟତିଥି ଅବସରରେ ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କିଷାନ ଅଧିକାର ଦିବସ ଓ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ବିଜେପି ସରକାରଙ୍କ ପ୍ରଣିତ ତିନିଗୋଟି କୃଷି ଆଇନକୁ ପ୍ରତିବାଦ କରି ସତ୍ୟାଗ୍ରହ କରିବାସହ ତାହାକୁ କଳା ଆଇନ୍‌ ଭାବେ ଅବିହିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା କଂଗ୍ରେସ କମିଟି ସଭାପତି ନାରୟଣ ପ୍ରସାଦ ପରିଜା, ବରିଷ୍ଠ କଂଗ୍ରେସ ନେତା ପ୍ରଶାନ୍ତ ସାହୁ, ସମରେଶ ମିଶ୍ର, ବେଣୁଧର ମେହେର, ପ୍ରଦୀପ କୁମାର ଦାସ, ପଙ୍କଜ କୁମାର କର୍ଣ୍ଣ, ବୁଦ୍ଧଦେବ ପ୍ରଧାନ, ଗଣେଶ ପ୍ରସାଦ ଅଗ୍ରୱାଲ, ଉଦୟନାଥ ଶର୍ମା, ପୌଲସ୍ତି ପ୍ରଧାନ ପ୍ରମୁଖ ଶତାଧିକ କଂଗ୍ରେସର ନେତା ଓ କର୍ମୀ ଯୋଗ ଦେଇଥିଲେ । ସତ୍ୟାଗ୍ରହର ପ୍ରାରମ୍ଭରେ ଅହିଂସାର ପୁଜାରୀ ଜାତିର ଜନକ ମହାତ୍ମାଗାନ୍ଧି, ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ପୂର୍ବତନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

Comments (0)
Add Comment