ବିଜେଡିର ବୌଦ୍ଧରୁ ପ୍ରଦୀପ କଣ୍ଟାମାଳରୁ ମହୀଧର କଲେ
ନାମାଙ୍କନ ପତ୍ର ଦାଖଲ

ବୌଦ୍ଧ,୨୯/୪:- ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପାଇଁ ଆଜି ବୌଦ୍ଧ ଜିଲ୍ଲାର ଦୁଇଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଜିଲ୍ଲାର ବିଜୁ ଜନତା ଦଳ ପ୍ରଥମ ପର୍ଯ୍ୟାୟରେ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ପ୍ରଥମେ ବୌଦ୍ଧ ବିଧାନସଭା ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଅମାତ ତାଙ୍କ ସମର୍ଥକ, ପ୍ରସ୍ତାବକ ଓ କଣ୍ଟାମାଳ ବିଧାନସଭା ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ମହୀଧର ରଣାଙ୍କ ସହିତ ସମର୍ଥକ ଓ ପ୍ରସ୍ତାବକଙ୍କ ସମେତ ହଜାର ହଜାର କର୍ମୀଙ୍କ ଏକ ବିଶାଳ ଶୋଭାଯାତ୍ରାରେ ଜିଲ୍ଲାର ରାମଲୀଳା ପଡିଆ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ଏହାପରେ ପ୍ରଥମେ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଅମାତ ଉପଜିଲ୍ଲାପାଳଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ମହୀଧର ରଣା ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ନିର୍ବାଚନ ନୀତିନିୟମ ଓ ନିର୍ଦ୍ଦିଷ୍ଟ ସମୟ ଭିତରେ ବୌଦ୍ଧ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଦୁଇଜଣ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ମିଳିଛି ।

Comments (0)
Add Comment