ମାଜିଷ୍ଟ୍ରେଟ ପୋଲିସ ସମନ୍ୱୟ ବୈଠକ

ବୌଦ୍ଧ,୧୮ା୩ : ଜିଲ୍ଲାପାଳଙ୍କ ସଦଭାବନା ଗୃହଠାରେ ମାଜିଷ୍ଟ୍ରେଟ ପୋଲିସ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ପରିଚାଳନା ପାଇଁ ୯୧ ଜଣ ଅଧିକାରୀଙ୍କୁ ମାଜିଷ୍ଟ୍ରେଟ କ୍ଷମତା ପ୍ରଦାନ କରାଯାଇଥିବାବେଳେ ସେମାନଙ୍କ ଦାୟିତ୍ୱ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ପ୍ରଶାସନ ଓ ପୋଲିସର ମିଳିତ ତଦନ୍ତ ରିପୋର୍ଟ ପ୍ରଦାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କୁ ନେଇ ସାପ୍ତାହିକ ମିଳିତ ବୈଠକ, ଗୁଣ୍ଡା ଓ ଅପରାଧିଶ୍ରେଣୀୟ ବ୍ୟକ୍ତିବିଶେଷଙ୍କୁ ୧୦୭ ନୋଟିସ ଜାରି କରାଯାଇ ରିପୋର୍ଟ ପ୍ରଦାନ କରିବାକୁ ଆଲୋଚନା କରାଯାଇଥିଲା । ମାଜିଷ୍ଟ୍ରେଟ କ୍ଷମତାପ୍ରାପ୍ତ ଅଧିକାରୀମାନେ ଉଭୟ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କ ସହିତ ଯୋଗାଯୋଗରେ ରହିବା ସହିତ ଆବଶ୍ୟକସ୍ଥଳେ ସେମାନଙ୍କ ପରାମର୍ଶ ନେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବୈଠକରେ ଜିଲାପାଳ ଜେ. ସୋନାଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ ତଥା କଣ୍ଟାମାଳ ନିର୍ବାଚନମଣ୍ଡଳୀ ରିଟର୍ଣ୍ଣିଂ ଅଫିସର ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ର, ଉପଜିଲ୍ଲାପାଳ ତଥା ବୌଦ୍ଧ ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣିଂ ଅଫିସର ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଏସଡିପିଓ କୁଲଦୀପ ମିନା, ଡେପୁଟି କଲେକ୍ଟର (ନିର୍ବାଚନ) ଶାଶ୍ୱତ ପ୍ରଧାନଙ୍କ ସମେତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ମାଜିଷ୍ଟ୍ରେଟ କ୍ଷମତାପ୍ରାପ୍ତ ଅଧିକାରୀ ଓ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments (0)
Add Comment