ବସନ୍ତ ମିଳନ କବିତା ଆସର ଅନୁଷ୍ଠିତ

ବୌଦ୍ଧ,୩୦/୩ – ବୌଦ୍ଧଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ପକ୍ଷରୁ ବୌଦ୍ଧ ଟାଉନ୍‌ହଲ୍‌ ପରିସରରେ ଆୟୋଜିତ ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା ଅବସରରେ ଉଦଯାପନୀ ଦିବସରେ ବସନ୍ତ ମିଳନ କବିତା ଆସର ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସାହିତ୍ୟିକ ହରିହର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିତା ଆସରରେ ମୁଖ୍ୟଅତିଥି ଭାବରେ ବରିଷ୍ଠ କବି କିଶୋର ମିଶ୍ର ଯୋଗ ଦେଇଥିଲେ । କବିତା ଆସରର ଆବାହକ ସତ୍ୟଜିତ କୁମାର ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କବି ମାନଙ୍କ କବିତା ଗୁଡିକ ସଂଯୋଜନା କରିଥିଲେ କବି ତଥା ନାଟ୍ୟକାର ଦିଲୀପ କୁମାର ମହାନ୍ତି ଓ କବି ସନ୍ତୋଷ କୁମାର କର୍ଣ୍ଣ । କବି ଧ୍ରୁବ ଚରଣ ଘିବେଲା, କରୁଣାକର ଘଣ୍ଟୁଆଳ, ଶାନ୍ତନୁ କୁମାର୍‌ ପାଣିଗ୍ରାହୀ, ନୀଳ ଲୋହିତ ମହାପାତ୍ର, ସୁଶାନ୍ତ କୁମାର୍‌ ମହାପାତ୍ର, ଦେବେନ୍ଦ୍ର ମିଶ୍ର, ସୁର୍ଯ୍ୟପ୍ରିୟା ପାଣିଗ୍ରାହୀ, ନବ କିଶୋର ଦୀପ, ରାଜ କୁମାର୍‌ ପ୍ରଧାନ, ସନ୍ତୋଷ କୁମାର ସାହୁ, ତ୍ରିନାଥ ପ୍ରସାଦ ହୋତା, ରଂଜିତ ନାଏକ, ରାଜେନ୍ଦ୍ର କୁମାର୍‌ ମିଶ୍ର, ପୁର୍ଣ୍ଣଚନ୍ଦ୍ର ସାଥୁଆ, ଚିତ୍ତରଞ୍ଜନ ବେହେରା, ବାଂଛାନିଧି ବାଘ, ବିଜୟ କୁମାର ସାହୁ, ନେପାଲ କୁମାର୍‌ ବେହେରା, ଗଜେନ୍ଦ୍ର ନାଏକ, ସୁର୍ଯ୍ୟକାନ୍ତ ଚାନ୍ଦ, ବିଦୁସ୍ମିତା ପାତ୍ର, ସ୍ମିତିରେଖା ରାଉଳ, ମମତା ମିଶ୍ର, ସ୍ମୃତିପ୍ରଜ୍ଞା ଗୁରୁ, କାର୍ତ୍ତିକେଶ୍ୱର ନାଏକ, ନିର୍ମଳ କୁମାର ରଣା, ସୁଦିପ୍ତ କୁମାର୍‌ ପଣ୍ଡା, ଜୟଶ୍ରୀ ସାହୁ, ତୋଫାନ ଦେହୁରୀ, ପଦ୍ମାଳୟା ମିଶ୍ର, ସୁଜ୍ଞାନ ବାଘ, ପ୍ରଭାତ କୁମାର ଖମାରୀ, ରମେଶ ପ୍ରସାଦ ମେହେର, ପ୍ରଦୀପ କୁମାର୍‌ ସାହୁ, ସରୋଜ କୁମାର ମେହେର, ଗୋପାଳ ଅମାତ୍‌, ସୁଧୀର ଦୀପ, ସନୀଲ୍‌ କୁମାର୍‌ ସେଠୀ, ବିନୟ ରଂଜନ ପ୍ରଧାନ, ନିରଂଜନ ମେହେର, ଅଜିତ କୁମାର ଗିରି, କୃଷ୍ଣପ୍ରିୟା ହୋତା, ଅଂଶୁମାନ୍‌ କର୍ମୀ, ସମୀର କୁମାର୍‌ ସାହୁ, ରାଜକିଶୋର ସାହୁ, ଜଗନ୍ନାଥ ମହାପାତ୍ର, ଇଶ୍ୱରଚନ୍ଦ୍ର ସାହୁ, ନିବାସ ନାଏକ, ସତ୍ୟ ନାରାୟଣ ଦେହୁରୀ ପ୍ରମୁଖ ୬୦ ରୁ ଅଧିକ କବି କବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ ।

Comments (0)
Add Comment