ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା ଉଦଯାପିତ

ବୌଦ୍ଧ,୨୯/୩ – ବୌଦ୍ଧ ଟାଉନ୍‌ହଲ୍‌ ଠାରେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ଦୁଇଦିନିଆ ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା ଏବଂ ପୁସ୍ତକ ଓ ପତ୍ର ପତ୍ରିକା ପ୍ରଦର୍ଶନୀ ଗତକାଲି ଉଦଯାପିତ ହୋଇ ଯାଇଛି । ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମର ସଭାପତି ଦିବ୍ୟ ଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ବରିଷ୍ଠ ଶିକ୍ଷାବିତ ତଥା ସାହିତ୍ୟିକ ଡ. ଜ୍ୟୋତିରଞ୍ଜନ ବହିଦାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୌଦ୍ଧର ସଂସ୍କୃତି, ଲୋକ ନୃତ୍ୟ, ଭାଷା ଓ ତାର ହସ୍ତ କଳା ସ୍ୱତନ୍ତ୍ର ଓ ଅନନ୍ୟ । ଜଣେ ବଉଦିଆ ହିସାବରେ ସେ ନିଜକୁ ଗର୍ବ ଅନୁଭବ କରନ୍ତି ବୋଲି ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିବା ଦୈନିକ ପ୍ରମେୟ ସମ୍ବଲପୁର ସଂସ୍କରଣର ମୁଖ୍ୟ ଶ୍ୱେତ କୁମାର ପ୍ରଧାନ କହିଥିଲେ ସାମ୍ବାଦିକତା କ୍ଷେତ୍ରକୁ ଅନେକ ଯୁବପ୍ରତିଭା ଆଗ୍ରହୀ ହେଉଥିବା ଓ ଏହାକୁ ବୃତ୍ତିି ଭାବରେ ଗ୍ରହଣ କରୁଥିବାରୁ ଗଣମାଧ୍ୟମର ଭବିଷ୍ୟତ ସମୃଦ୍ଧ ହେବ । ମୁଖ୍ୟବକ୍ତା ବିଶେଶ୍ୱର ପୃଷ୍ଟି ଓଡିଶାରେ ସମ୍ବାଦପତ୍ର ପ୍ରକାଶନର ଇତିହାସ ଉପରେ ଆଲୋକପାତ କରିଥିଲେ । ଫୋରମ୍‌ ସଂପାଦକ ଯୁଗଳ କିଶୋର ସାମଲ ସଂପାଦକୀୟ ବିବରଣୀ ଓ ପୁସ୍ତକ ମେଳା ଆୟୋଜନ ଉପରେ ସମ୍ୟକ୍‌ ତଥ୍ୟ ଉପସ୍ଥାପନ କରିଥିଲେ । ପ୍ରାରମ୍ଭରେ ସାମ୍ବାଦିକ ସତ୍ୟଜିତ ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଏହି ଅବସରରେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମର ବାର୍ଷିକ ସ୍ମରଣିକା ବୌଦ୍ଧ ବାର୍ତ୍ତାବହ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ରାଜ୍ୟସ୍ତରୀୟ ସାମ୍ବାଦିକତା କ୍ଷେତ୍ରରେ ଶ୍ୱେତ କୁମାର ପ୍ରଧାନଙ୍କୁ ବାର୍ତ୍ତାବହ ସମ୍ମାନ ଦିଆଯାଇଥିବାବେଳେ ପୁସ୍ତକ ମେଳା ସମ୍ମାନ ସାହିତ୍ୟରେ ରମେଶ ପ୍ରସାଦ ମେହେର, ସମାଜସେବାରେ ଯଦୁ ବିହାରୀ ବାଘ, ସାମ୍ବାଦିକତାରେ ସତ୍ୟ ନାରାୟଣ ପାଣି, ସାମାଜିକ କର୍ମୀ ପୂଜାରାଣୀ ପାତ୍ର, ତୀରନ୍ଦାଜ୍‌ ପ୍ରଶିକ୍ଷକ କୃଷ୍ଣଚନ୍ଦ୍ର ସେଠୀ, କରୋନା ଯୋଦ୍ଧା ପ୍ରଶାନ୍ତ ପଣ୍ଡାଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।

Comments (0)
Add Comment