ବୌଦ୍ଧ: ଜିଲ୍ଲାସ୍ତରୀୟ ୭୨ତମ ବନମହୋତ୍ସବ ପାଳିତ

ବୌଦ୍ଧ,୭/୭- ଆଜି ବୌଦ୍ଧସ୍ଥିତ କାଲେଶ୍ୱର ଠାରେ ଜିଲ୍ଲାସ୍ତରୀୟ ୭୨ ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଜିଲ୍ଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଓ ଦୌରା ବିଚାରପତି ପ୍ରତିଭା ପଣ୍ଡା ଯୋଗଦେଇ ବୃକ୍ଷରୋପଣ ଦ୍ୱାରା କିପରି ପରିବେଶ ସୁରକ୍ଷା ରହିବା ଦ୍ୱାରା ମାନବ ସମାଜ ଉପକୃତ ହେବେ ସେ ବିଷୟରେ ଆଲୋକପାତ କରିଥିଲେ ।

ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ସିଜେଏମ ହୃଷିକେଶ ଆଚାର୍ଯ୍ୟ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରବିନ୍ଦ୍ର ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ନୂଆପଡା ବନ ସଂରକ୍ଷଣ ସମିତିକୁ ବିଜୁ ପଟ୍ଟନାୟକ ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣ ସମ୍ମାନରେ ସମ୍ମାନୀତ କରିବା ସହିତ ୨୦ହଜାର ଟଙ୍କା ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯାଇଥିଲା । ୭୨ ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ୨୦୨୧ ଅବସରରେ ବୌଦ୍ଧ ବନଖଣ୍ଡ ଦ୍ୱାରା ଆୟୋଜିତ ବିଭିନ୍ନ ସଚେତନତା ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ୨୦୨୦ ମସିହା ପାଇଁ ମିଳିତ ଗ୍ରାମପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପଲସାଗୋରାକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହାପରେ ମୁଖ୍ୟଅତିଥି ଓ ଅତିଥିମାନେ ବିଭିନ୍ନ ପ୍ରକାର ବୃକ୍ଷରୋପଣ କରିଥିଲେ । ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ଗୋଚ୍ଛାୟତ ମଞ୍ଚ ପରିଚାଳନା କରିଥିବାବେଳେ ଅନ୍ୟ ସହକାରୀ ବନ ସଂରକ୍ଷକ ରାଜେନ୍ଦ୍ର ଗୋଚ୍ଛାୟତ, ଜୀତେନ୍ଦ୍ର କୁମାର ବେହେରା, ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ବେହେରା, ବୌଦ୍ଧ ସେକସନ ବନପାଳ ସ୍ୱାଧୀନ କୁମାର ସାମଲ ପ୍ରମୁଖ କୋଭିଡ ଗାଇଡଲାଇନ ପାଳନକରି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସଫଳ କରାଇବାରେ ବନକର୍ମଚାରୀମାନେ ସହଯୋଗ କରିଥିଲେ ।

Comments (0)
Add Comment