ମା ରୁଦ୍ରକାଳି ହରଭଙ୍ଗା ଲୋକ ମହୋତ୍ସବ ଉଦଯାପିତ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କ ରଙ୍ଗବତୀ ଗୀତରେ ଝୁମିଲେ ଦର୍ଶକ

ହରଭଙ୍ଗା ,୩୧/୧- ବୌଦ୍ଧ ଜିଲ୍ଲା ହରଭଙ୍ଗା ଲୋକ ମହୋତ୍ସବ ଆଜି ଶେଷ ସନ୍ଧ୍ୟାରେ ଜୀତେନ୍ଦ୍ର ହରିପାଲଙ୍କ ରଙ୍ଗବତୀ ଗୀତ ଉପସ୍ଥିତ ଜନତାଙ୍କୁ ମନ୍ତ୍ରମୁଗ୍ଧ କରିଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ୫ଦିନ ଧରି ଅନୁଷ୍ଠିତ ହରଭଙ୍ଗା ଲୋକ ମହୋତ୍ସବର ଉଦଯାପନୀ ଉତ୍ସବରେ ସର୍ବପ୍ରଥମେ ମା ରୁଦ୍ରକାଳୀଙ୍କୁ ପୂଜାର୍ଚ୍ଚନା ପରେ ମଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଜୀତେନ୍ଦ୍ର ହରିପାଲ, ସମ୍ମାନିତ ଅତିଥିଭାବେ ଛତ୍ରଙ୍ଗ ସରପଞ୍ଚ ବିନୋଦିନୀ ପ୍ରଧାନ, ସରସରା ସରପଞ୍ଚ ହରିହର ନାଏକ, ଏଲ ନ ଟି ପ୍ରୋଜେକ୍ଟ ମ୍ୟାନେଜର ସୁରେଶ ରମଣ, ହରଭଙ୍ଗା ପୂର୍ବତନ ସରପଞ୍ଚ ସୁମଞ୍ଜି ଲାଲ, ପୂର୍ବତନ ଶିକ୍ଷକ -ବିଜୟାନନ୍ଦ ସାହୁ । ମଞ୍ଚ ପରିଚାଳନା କରିଥିଲେ ସତ୍ୟ ନାରାୟଣ ସାହୁ ଓ ସିନେ ନିର୍ଦ୍ଦେଶକ ବନମାଳୀ ରଣା । ମହୋତ୍ସବର ଶେଷସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ କଲେଜ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ, ସ୍ଥାନୀୟ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ, ଗୀତ ପରିବେଷଣ କରାଯାଇଥିଲା । ସୁଶାନ୍ତ ଶୁଶୁ -ବାଉଁସୁଣୀ ଘୁମୁର କଳାପରିଷଦ, ସମ୍ବଲପୁର ଲୋକ ଗୀତ ଗାୟିକା -ସିଙ୍ଗର ଜ୍ୟୋସ୍ନା ରାଣୀ, ଲିଟିଲ ଷ୍ଟାର -ଫୁଲବାଣୀ, ପ୍ରଣାମ -ବୌଦ୍ଧ, ସହିତ ସୁନାମଧନ୍ୟ କଣ୍ଠଶିଳ୍ପୀ ତଥା ସାରା ବିଶ୍ୱରେ ଚହଳ ପଡ଼ିଥିବା ରଙ୍ଗବତୀ ଗୀତର ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କ ଗ୍ରୁପର ରଙ୍ଗବତୀ ଗୀତରେ ମହୋତ୍ସବ ମୁଖରିତ ହୋଇଥିଲା । ଏହି ମହୋତ୍ସବ ହରଭଙ୍ଗାର ଐତିହ୍ୟ ଓ ପରମ୍ପରାକୁ ଫେରାଇ ଆଣିବ ବୋଲି ମୁଖ୍ୟ ଅତିଥି ଜିତେନ୍ଦ୍ର ହରିପାଲ ମତପ୍ରକାଶ କରିଥିଲେ । ମହୋତ୍ସବ କମିଟିର ସଭାପତି ସୁବୋଧ ପ୍ରଧାନ, ସମ୍ପାଦକ ସରୋଜ ଭୋକ୍ତା, କାର୍ଯ୍ୟ କାରିଣୀ ସଭାପତି ତଥା ସ୍ଥାନୀୟ ସରପଞ୍ଚ ଶକୁନ୍ତଳା ବେହେରା, ପ୍ରମୋଦ ଖମାରି, ପ୍ରତାପ ସିଂ, ପ୍ରସନ୍ନ ବାଇ, ନଟବର ପ୍ରଧାନ, ମନଭଞ୍ଜନ ନାଏକ, ପ୍ରଦୀପ ନାଏକ, ନିଙ୍କନ ପାଳିଆ, ହରଭଙ୍ଗା ଡ୍ରାଇଭର ମହାସଂଘ, ଆଞ୍ଚଳିକ ପଂଚାୟତ କଲେଜ ଛାତ୍ରଛାତ୍ରୀ, ସ୍ଥାନୀୟ ଅଂଚଳ ଅଧିବାସୀ, ସମାଜସେବୀ ଏହି ୫ଦିନ ମହୋତ୍ସବରେ ବହୁପରିଶ୍ରମ କରି ମହୋତ୍ସବକୁ ସଫଳ କରାଇଥିଲେ ।

Comments (0)
Add Comment