ବୌଦ୍ଧରେ ଅଗ୍ନି ବର୍ଷା : ରେକର୍ଡ ତାପମାତ୍ରା ସହ ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଅଗ୍ନିବର୍ଷା । ଦିନକୁ ଦିନ ଅସହ୍ୟ ହେଉଛି ତାତି । ପ୍ରତିଦିନ ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହୁଛି । ବିଶେଷକରି,ପଶ୍ଚିମ ଓଡ଼ିଶା ସ୍ଥିତି ସାଂଘାତିକ । ଗତ କିଛି ଦିନ ଧରି ଅଗ୍ନି ବର୍ଷାରେ ଜଳୁଛି ବୌଦ୍ଧ ସହର । ଆଜି ୪୪.୫ ଡିଗ୍ରି ସହ ବୌଦ୍ଧ ସହର ପାଲଟିଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ରାଜ୍ୟର ୨୭ଟି ସହରରେ ତାପମାତ୍ରା ୪୦ ଡିଗ୍ରିରୁ ଊର୍ଦ୍ଧ୍ୱରେ ରହିଛି । ସେହିଭଳିି ୯ଟି ସହରର ତାପମାତ୍ରା ୪୩ ଡିଗ୍ରି ଉପରେ ଥିବ।। ଜଣାପଡିଛି । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୯.୬ ଡିଗ୍ରି ରେକର୍ଡ ହୋଇଛି ।

Comments (0)
Add Comment