ନୂଆଦିଲ୍ଲୀ; ଦେଶର ନୂଆ ସିଡିଏସ୍ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର । ଲେଫ୍ଟନାଲ ଜେନେରାଲ ଅବସରପ୍ରାପ୍ତ ଏନ୍.ଏସ୍ ରାଜା ସୁବ୍ରମଣି ନୂଆ ସିଡିଏସ୍ । ସୁବ୍ରମଣିଙ୍କ ହାତରେ ରହିବ ତିନୋଟି ସେନାର କମାଣ୍ଡ । ସିଡିଏସ୍ ଅନିଲ ଚୌହ୍ବାନଙ୍କ ସ୍ଥାନ ନେବେ ସୁବ୍ରମଣି । ସିଡିଏସ୍ ଅନିଲ ଚୌହାନଙ୍କ କାର୍ଯ୍ୟକାଳ ମେ ୩୦ରେ ସରିବ । ଏହାପରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ପଦ ସମ୍ଭାଳିବେ ଏନ୍ ଏସ୍ ସୁବ୍ରମଣି । ଭାଇସ୍ ଆଡମିରାଲ୍ କ୍ରିଷ୍ଣା ସ୍ବାମୀନାଥନ ହେବେ ପରବର୍ତ୍ତୀ ନୌସେନା ମୁଖ୍ୟ । ନୌସେନା ମୁଖ୍ୟ ଭାବେ ଆସନ୍ତା ୩୧ ତାରିଖରେ ଦାୟିତ୍ବ ନେବେ ସ୍ବାମୀନାଥନ । ୨୦୨୮ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସେ ନୌସେନା ମୁଖ୍ୟ ରହିବେ । ବର୍ତ୍ତମାନ ସେ ମୁମ୍ବାଇରେ ୱେଷ୍ଟର୍ଣ୍ଣ ନୌସେନା କମାଣ୍ଡର ଅଛନ୍ତି ।