ଅବକାରୀ ବିଭାଗର ଚଢାଉ

ଚମ୍ପୁଆ,୨୩/୪:- ସାଧାରଣ ନିର୍ବାଚନ୨୦୨୪ ପରିପ୍ରେକ୍ଷୀରେ ଅବକାରୀ ବିଭାଗର ଚଢାଉ ଜାରି ରହିଥିବାବେଳେ ଆଜି ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଚମ୍ପୁଆ ଅବକାରୀ ଉପ ନିରୀକ୍ଷକ ବିନୋଦ ବାସ୍କେଙ୍କ ନେତୃତ୍ୱରେ ନିସା ଗଡ଼ିଆ, ସିଲି ପୁଞ୍ଜି ତଥା ଚମ୍ପୁଆରେ ବିଭିନ୍ନ ସ୍ଥାନରେ ଚଢାଉ ହୋଇଥିଲା । ଏହି ଚଢାଉ ସମୟରେ ନିସା ଗଡ଼ିଆ ଗ୍ରାମର ମଧୁ ପାଳେୟା (୨୬)ଙ୍କ ନିକଟରୁ ୩୦ ଲିଟର ମହୁଲିମଦ, ଓ.ଡି. ୧୯.ଇ.୪୬୨୧ ନମ୍ବର ଏକ ଟିଭିଏସ୍‌ ସ୍ଫୋଟ ମୋଟରସାଇକେଲ ଜବତ କରିବା ସହ ତାଙ୍କୁ କୋର୍ଟ ଚାଲାଣ କରାଯିବା ସୂଚନା ମିଳିଛି । ଏହି ଚଢଉରେ ଅନ୍ୟମାନଙ୍କ ମଧ୍ୟରେ ଏ. ଏସଆଇ କୃଷ୍ଣ ସୁନ୍ଦର ସେଠୀ, ସିପାହୀ ଅନନ୍ତ ରାଜ, ରଞ୍ଜନ ବିଶୋଇ ଓ ସଙ୍ଗୀତ ନାୟକ ଉପସ୍ଥିତ ଥିଲେ ।

Comments (0)
Add Comment