ବିଜେଡି ପକ୍ଷରୁ ରକ୍ତଦାନ ଶିବିର:୧୦୧ ୟୁନିଟ ରକ୍ତ ସଂଗୃହିତ

ଚିପିଲିମା,୨୫/୪:- ବର୍ତ୍ତମାନ ସମସ୍ତ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲିକ୍ଷିତ ହେଉଥିବାବେଳେ, ରୋଗୀ ରକ୍ତପାଇଁ ବହୁତ ହଇରାଣ ହେଉଛନ୍ତି । ଏପରି ସ୍ଥିତିରେ ବର୍ତ୍ତମାନର ନିର୍ବାଚନୀ ମାହୋଲରେ ସବୁ ଦଳ ବ୍ୟସ୍ତ ଥିବା ବେଳେ ସମ୍ବଲପୁରରେ ଉତ୍କଟ ରକ୍ତାଭାବକୁ ଲକ୍ଷ୍ୟ କରି ସମ୍ବଲପୁର ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶା ମୋ ପରିବାର ସୌଜନ୍ୟରୁ ଏକ ଜରୁରୀକାଳୀନ ରକ୍ତଦାନ ଶିବିରର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ନିଜେ ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ରକ୍ତଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ “ପ୍ରତିଟି ଜୀବନ ମୂଲ୍ୟବାନ’ ଉକ୍ତିକୁ ସାର୍ଥକ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜୁ ଜନତା ଦଳ ସବୁ ସମୟ ଅସମୟରେ ଲୋକଙ୍କ ସହ ରହିଆସିଛି ଯାହାକି ଏହା ଶ୍ରେଷ୍ଠ ପ୍ରମାଣ । ଏହି ଶିବିରରେ ଅତିଥିଭାବେ ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀ, ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ଜିଲ୍ଲା ଛାତ୍ର ସଭାପତି ଶୁଭ୍ରାଶୁଂ ପାଢ଼ୀ, ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜିକା କବିତା ପୁରୋହିତ, ରାଜ୍ୟ ଛାତ୍ର କାର୍ଯ୍ୟକାରୀ ସଭାପତି ରାଜେଶରାଜ ସ୍ୱାଇଁ, ସମ୍ବଲପୁର ଜୋନ୍‌ ସାଧାରଣ ସଂପାଦକ ସୁଧିର ପଣ୍ଡା, ସମ୍ବଲପୁର ନିର୍ବାଚନୀ କୋଅର୍ଡିନେଟର ଦେବୀ ଲେଙ୍କା, ଜିଲ୍ଲା ଯୁବ ଉପସଭାପତି ମଞ୍ଜୁ ଓରାମ, ସଞ୍ଜୟ ଗୌଡ଼, ଦେବେନ୍ଦ୍ର ପ୍ରଧାନ, ଜିଲ୍ଲା ଯୁବ ସମ୍ପାଦକ ଉତ୍ତମ ବାଗ, ପ୍ରଦୀପ ମିଶ୍ର, ଗୋପବନ୍ଧୁ ମହାନନ୍ଦ, ନିରଞ୍ଜନ ମହାପାତ୍ର, ସୁରେନ୍ଦ୍ର ବିଶ୍ୱାଳ, ରୁବେନ ଛତ୍ରିଆ, ଶାନ୍ତିଲତା କର, ଗିରିଶ ରାଉତ, ସୂର୍ଯ୍ୟକାନ୍ତ ସ୍ୱାଇଁ, କାଳିଆ ମହାନ୍ତି, ବୁଲୁ ପାଣିଗ୍ରାହୀ, ଧିର, ଏ. ଶ୍ୟାମ, ବିଭୀଷଣ ବିଶାର, କେଶବ ମେହେର, ଅମିତ ସିଂ, ପ୍ରଦୀପ ବଢେଇଙ୍କ ସହ ଅନ୍ୟ ସମସ୍ତ ନେତୃ ବୃନ୍ଦ ସହଯୋଗ କରିଥିଲେ । ବୁର୍ଲା ରକ୍ତଭଣ୍ଡାର ପକ୍ଷରୁ ଡାକ୍ତର ରାଧାମୋହନ ଘଡେଇ, ଦେବାଶିଷ ମିଶ୍ର, ମଣ୍ଟୁ ପ୍ରଧାନ, ରୋଜାଲିନ ନାୟକ, କରୁଣାକର ସାହୁ, ମଧୁସ୍ମିତା ଦାସ ପ୍ରମୁଖ ସହଯୋଗ କରିଥିଲେ । ଆୟୋଜିତ ରକ୍ତଦାନ ଶିବିରରେ ବିଭିନ୍ନ ବର୍ଗର ସର୍ବମୋଟ ୧୦୧ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିବା ଜଣାପଡିଛି । ବିଜେଡିର ଏପରି ଏକ ଆୟୋଜନକୁ ସଚେତନ ମହଲରେ ସ୍ୱାଗତ କରାଯାଇଛି ।

Comments (0)
Add Comment