ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସୋମବାର ୬ ଘଣ୍ଟିଆ ରେଳରୋକ, ଓଡ଼ିଶାରେ କଂଗ୍ରେସର ସମର୍ଥନ

ଭୁବନେଶ୍ୱର: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି କୃଷକ ଗଣହତ୍ୟା ପ୍ରତିବାଦ ଓ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆସନ୍ତା ସୋମବାର ୧୮ତାରିଖରେ ଦେଶବ୍ୟାପୀ ୬ଘଣ୍ଟିଆ ରେଳରୋକ ଡାକରାକୁ ଓଡ଼ିଶାରେ କଂଗ୍ରେସ ସମର୍ଥନ କରିଛି। ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରେଳରୋକ କରାଯିବାର କାର୍ଯ୍ୟକ୍ରମ ରହିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା, ଅପରାଧୀ ମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡଦେବା ଏବଂ କୃଷକ ବିରୋଧୀ ତିନିଟିି କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ଆସନ୍ତା ୧୮ ତାରିଖରେ ରେଳରୋକ ଡାକରାକୁ ଭାରତୀୟ ଜାତୀୟ କଂଗ୍ରେସର ସମର୍ଥନ କରିବାପାଇଁ ନିଷ୍ପତ୍ତି ନେଇଛି । ଓଡ଼ିଶାରେ ପ୍ରଦେଶ କଂଗ୍ରେସ ମଧ୍ୟ ଏହି ରୋଳରୋକକୁ ସମର୍ଥନ କରିବ। ତେଣୁ ଜିଲ୍ଲାସ୍ତରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାରା ରାଜ୍ୟରେ ରେଳରୋକ କାର୍ଯ୍ୟକ୍ରମକୁ ପୂର୍ଣ୍ଣମାତ୍ରାରେ ସଫଳ କରିବାପାଇଁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଜିଲ୍ଲା ସଭାପତି ମାନଙ୍କୁ ଚିଠି ଲେଖିଛନ୍ତି ।

Comments (0)
Add Comment