ଶ୍ରାନିକେତା ପଞ୍ଚାୟତ ଉପନିର୍ବାଚନ ପାଇଁ ପାର୍ଥିପତ୍ର ଦାଖଲ କଲେ ୨ ପାର୍ଥିନୀ

ଦାରିଙ୍ଗବାଡି,୩୦/୧: ଶ୍ରାନିକେତା ପଞ୍ଚାୟତ ସମିତିସଭ୍ୟ ଉପନିର୍ବାଚନ ଫେବୃଆରୀ ୨୪ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବାବେଳେ ଶୁକ୍ରବାର ଦିନ ୨ ଜଣ ପାର୍ଥିନି ନିଜର ପାର୍ଥିପତ୍ର ଦାଖଲ କରିଛନ୍ତି । ପଞ୍ଚାୟତ ଅନ୍ତର୍ଗତ ସୁଲୁମାହା ଗ୍ରାମର ପ୍ରଣୀତା ପ୍ରଧାନ ଓ ଟକରମାଲା ଗ୍ରାମର ତ୍ରିବେଣୀ ପ୍ରଧାନ ନିଜର ପାର୍ଥିପତ୍ର ଦାରିଙ୍ଗବାଡି ବ୍ଲକ ଜିପିଓ କୃପାସିନ୍ଧୁ ବେହେରା ଙ୍କ ନିକଟରେ ଦାଖଲ କରିଛନ୍ତି । ପ୍ରଣୀତା ପ୍ରଧାନ ପାର୍ଥିପତ୍ର ଦାଖଲ କରିବାକୁ ଆସିଥିବା ବେଳେ ତାଙ୍କ ସାଥିରେ ବ୍ଲକ ଅଧକ୍ଷା ରୁଦା ମଳିକ, ସିମନବାଡି ସମିତିସଭ୍ୟ ଟୁନି ମୁଖୀ, ଶରତ ବଳିଆରସିଂ, ପ୍ରଭଞ୍ଜନ ନାୟକ, ଜୁନସ ପ୍ରଧାନ,ପ୍ରଦୀପ ମଲ୍ଲିକ ସମେତ ୫୦ ରୁ ଉଦ୍ଧ୍ୱର୍ ସମର୍ଥିତ ଉପସ୍ଥିତ ଥିଲେ । ସେହିପରି ତ୍ରିବେଣୀ ପ୍ରଧାନ ପାର୍ଥିପତ୍ର ଦାଖଲ କରିବା ସମୟରେ ସାଧୁ ନାୟକ,ଦୀପକ ସାହୁ, ଜ୍ୟୋତିରାଜ ପ୍ରଧାନ, ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment