ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ମାସ୍କ ସାନିଟାଇଜର ବଣ୍ଟନ

ଗଜପତି ଜିଲ୍ଲାରେ ବିଜେଡି ପର୍ଯ୍ୟବେକ୍ଷକ ତଥା ସୋରଡା ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ଗଜପତି ଗ୍ରସ୍ତରେ ଆସି ପାରଳାଖେମୁଣ୍ଡି ସହରର ଦୈନିକ ବଜାର ଛକ ଠାରେ ଥିବା ପନିପରିବା ଓ ଗ୍ରସରି ଦୋକାନ ମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ।ପରେ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ସାନିଟାଇଜର ପ୍ରଦାନ କରିଥିଲେ ଗଣମାଧ୍ୟମକୁ ସୂଚନା ଦେଇ ପର୍ଯ୍ୟବେକ୍ଷକ ତଥା ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ କହିଲେ ଯେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ କୋରନା ଭୁତଣୁର ସଫଳ ମୁକାବିଲା ଦିଗରେ ଜିଲ୍ଲାକୁ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ରଖିପାରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଜନସାଧାରଣ ସହଯୋଗ ଓ ସାହାଯ୍ୟ କରୁଛନ୍ତି।ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଉଛି ଓ ଏବଂ ଖୁସି ଲାଗୁଛି। ପାରଳାଖେମୁଣ୍ଡି ସହରରେ ମହାମାରୀ କୋରନ ପ୍ରତି ସମସ୍ତେ ସଂପୂର୍ଣ୍ଣ ସଚେତନ ହୋଇଛନ୍ତି।ଜିଲ୍ଲାର 18ଟିସ୍ଥାନ ରେ ପୋଲିସ ପ୍ରଶାସନ ପକ୍ଷରୁ ନାକାବନ୍ଦି କରାଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା, ଗଜପତି ଏସପି ସାରା ଶର୍ମା, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ,ବସନ୍ତ ଦାସ, ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ, ସୂର୍ଯ୍ୟ ନାରାୟଣରାଜଗୁରୁ ଏସ୍ ଡ଼ି ପିଓ ପ୍ରକାଶ ଚନ୍ଦ୍ର ଜେନା, ରାଜେନ୍ଦ୍ର ବେହେରା ବିଜେଡିର ବହୁ କର୍ମୀ ଉପସ୍ଥିତ ଥିଲେ।

Comments (0)
Add Comment