ନିରୀକ୍ଷଣ ଦଳର ଗୃହ ପରିଦର୍ଶନ

କୋରନା ଭୁତାଣୁରୁ ଗଜପତି ଜିଲ୍ଲାକୁ ମୁକ୍ତ ରଖିବା ପାଇଁ ଜିଲ୍ଲା ରେ ଥିବା 136 ଜଣ ଏଏନଏମ୍ ଙ୍କ ନେତୃତ୍ୱରେ 136ଟି ନିରୀକ୍ଷକ ଦଳ ଗଠିତ ହୋଇଛି ଏହି କାର୍ଯ୍ୟରେ 2375 ଅଙ୍ଗନବାଡି କର୍ମୀ ଓ 1274 ଜଣ ଆଶା କର୍ମୀ ସହାୟତା କରୁଛନ୍ତି।ଗଠିତ ଦଳ ନିଜ ଅଞ୍ଚଳର ପ୍ରତ୍ୟେକ ଘରକୁ ଯାଇ ଲୋକଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରୁଛନ୍ତି। ପରିବାରର କାହାକୁ ଥଣ୍ଡା,କାଶ, ଛିଙ୍କ ଭଳି କିଛି ସମସ୍ୟା ରହିଥିଲେ ତୁରନ୍ତ ବ୍ଲକ ସ୍ତରରେ ଥିବା ଭ୍ର।ମ୍ୟମାଣ ଡାକ୍ତର ଦଳକୁ ସୂଚନା ଦେଉଛନ୍ତି । ଖବର ପାଇବା ପରେ ସଂପୃକ୍ତ ଡାକ୍ତରୀ ଦଳ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ ସଂଙ୍ଗରୋଧ କରାଯିବ କିମ୍ବା ସ୍ୱାବ ସଂଗ୍ରହ ର ଆବଶ୍ୟକତା ରହିଛି।ତାହାର ନିଷ୍ପତ୍ତି ନେଇଛନ୍ତି ଓ ଏପରି କି ଯଦି କାହାର ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ରହିଛି ତେବେ ସଂପୃକ୍ତ ବ୍ୟକ୍ତିଙ୍କ ସ୍ୱାବ ସଂଗ୍ରହ କରାଯାଉଛି।ବର୍ତ୍ତମାନ ଏହି ଦଳ ଜିଲ୍ଲାର ଏକ ଲକ୍ଷ ଲୋକଙ୍କୁ ଭେଟି ସାରିବା ବେଳେ ଆଗାମୀ ଦିନରେ ବଳକା ଲୋକଙ୍କୁ ଭେଟିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Comments (0)
Add Comment