“ଶବ ହେବା ପର୍ଯ୍ୟନ୍ତ ସେବା କରିବି” ମୁଁ କରୋନା ଯୋଦ୍ଧା- ଡ଼ ଅଭୟ

ଢେଙ୍କାନାଳ : ସାରା ବିଶ୍ୱକୁ ମହାମାରି କରୋନା ଭୟ ଆଜି କବଳିତ କରିଛି । ଏମିତି କେଉଁ ଦେଶ ନାହିଁ ସେ କରୋନା ଭୁତାଣୁର ବଞ୍ଚତ ହେଇଛି । ଏଥିରୁ ନିସ୍ତାର ପାଇନି ଭାରତ । ଏହି ଭୁତାଣୁ ପାଇଁ ଔଷଧ ବାହରିନଥିଲା ବେଳେ ଭାରତ ଓ ଓଡିଶା ସରକାର ଲକ୍‌-ଡାଉନ୍‌ର ବ୍ୟବସ୍ଥାକୁ କଡା କଡି ପାଳନ କରିଛନ୍ତି । କିନ୍ତୁ ଅମାନିଆ ଲୋକେ ଏହି ନିୟମକୁ ମାନୁନଥିବା ବେଳେ କରୋନା ପଜେଟିଭ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହି କରୋନା ଭୁତାଣୁକୁ ପ୍ରତିହତ କରିବା ପାଇଁ ଦିନରାତି ପୋଲିସ ମାନଙ୍କଠାରୁ ଆରମ୍ଭ କରି ସଫେଇ କର୍ମଚାରି, ଷ୍ଟାଫନର୍ସ, ହେଲଥଡେକ୍ସ କର୍ମଚାରୀ , ସିକ୍ୟୁରିଟ ଗାର୍ଡ ଏବଂ ଡାକ୍ତର ଏମାନେ ସମସ୍ତେ କରୋନା ଯୋଦ୍ଧା ନିଜକୁ ନିୟୋଜିତ କରିରଖିଛନ୍ତି । ସେମାନେ “ ମୁଁ କରୋନା ଯୋଦ୍ଧା” , “ ଶବ ହେବା ପର୍ଯ୍ୟନ୍ତ ମୁଁ ସେବା କରିବି” ବୋଲି ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡକ୍ତର ଅଭୟ ଦାସ ନିଜ ପ୍ରତିକ୍ରୀୟାରେ ଆମ ପ୍ରତିନିଧିଙ୍କୁ କହିବା ସହ ନିଜକୁ ଏଥି ନିମନ୍ତେ ପ୍ରସ୍ତୁତ କରିଛ ବୋଲି କହିଛନ୍ତି । ଢେଙ୍କାନାଳ ସାଂସଦ ମହେଶ ସାହୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ସୋମବାର ମଧ୍ୟାହ୍ନ ସମୟରେ ପହଞ୍ଚି କାର୍ଯ୍ୟରତ ଥିବା ସମସ୍ତ ଡାକ୍ତର, ଷ୍ଟାପ ର୍ନସ, ଆଟେଣ୍ଡାଣ୍ଟ, ହେଲ୍‌ଥ ଡେକ୍ସ କର୍ମକର୍ତ୍ତା, ସଫେଇକର୍ମଚାରି, ସିକ୍ୟୁରିଟି ଗାର୍ଡ ମାନଙ୍କର ସେବା ମନୋବୃତିକୁ ପ୍ରସଂଶା କରିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ସମ୍ବର୍ଦ୍ଧିନା ସମୟରେ ମୁଖ୍ୟ ଚିକିସାô ଅଧିକାରୀ ଡ଼ ନିରଞନ ମିଶ୍ର, ଡ଼ ଅଭୟ ଦାସ,ଡ଼ ଗୁରୁପ୍ରସାଦ ଜେନା, ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ପ୍ରୀୟରଞନ ମହନ୍ତ, ସଂନ୍ଦୀପ ସଡଙ୍ଗୀ , ହସ୍ପିଟାଲ ଆକାଉଣ୍ଟାଣ୍ଟ ସନ୍ତୋଷ ମାନସିଂହ, ହସ୍ପିଟାଲ ମ୍ୟାନେଜର, ରକ୍ତ ସଂଗ୍ରହ ସଂଘର ଉପ ସଭାପତି ବିିରଞ୍ଚ ିନାରାୟଣ ପାଣି, ବିନୋଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ ।

Comments (0)
Add Comment