ନଦୀରେ ବୁଡି ନିଖୋଜ ହୋଇଯାଇଥିବା ଯୁବକଙ୍କର ମୃତଦେହ ଠାବ

ଯାଜପୁର : ଗତକାଲି ନନ୍ଦ ବିଶ୍ଵାଳଙ୍କ ପୁଅ ଯୁଲୁକା ବିଶ୍ଵାଳ ନିଜ ଘର ପାଖରେ ଥିବା , କେଲୁଅ ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡି ଯାଇଥିଲେ । ଘଟଣାସ୍ଥଳରେ ଉପସ୍ଥିତଥିବା କିଛି ବ୍ୟକ୍ତିଙ୍କ କହିବା ଅନୁସାରେ ଜୁଲୁକା ବିଶ୍ଵାଳ ନଦୀରୁ ଗାଧୋଇ ଘରକୁ ଫେରୁଥିବା ବେଳେ, ହାତରେ ଧରିଥିବା ସାବୁନକୁ ଅନ୍ୟ ଜଣେ ବ୍ୟକ୍ତି ନଦୀକୁ ଫୋଫାଡି ଦେଇଥିଲେ ।ପରେ ସେହି ବ୍ୟକ୍ତି ଜଣକ ଯୁଳୁକାକୁ ନଦୀ ପାଣିରୁ ସାବୁନ ଆଣିବା ପାଇଁ କହିଥିଲେ କିନ୍ତୁ ନିରୀହ ଜୁଳୁକା ନିଜର ଅସହାୟତା ପ୍ରକାଶ କରିଥିଲେ । ଏହା ପରେ ସେଇ ବ୍ୟକ୍ତି ଜଣକ ଯୁଲୁକାକୁ ନଦୀକୁ ଠେଲି ଦେଇଥିଲେ । ଗତକାଲି ନଦୀରେ ଭାସିଯାଇ ନିଖୋଜଥିବା ଯୁଲୁକାଙ୍କର ମୃତ ଶରୀର ନିରଘଟରୁ ମିଳିଥିବା ନେଇ ସୂଚନା ମିକିଛି ।ପ୍ରକାଶ ଥାଉ କି ଜୁଲୁକା ର ବାପା ନନ୍ଦ ବିଶ୍ଵାଳ ଅତ୍ୟନ୍ତ ଗରିବ ହୋଇଥିବାବେଳେ , ଦିନେ ଖାଇଲେ ଦିନେ ଉପାସ ରହେ ଜୁଳୁକାଙ୍କ ପରିବାରI ଧର୍ମଶାଳା ଥାନା ପୁଲିସ ଉପଯୁକ୍ତ ତଦନ୍ତ କରି ମୃତ ଯୁଲୁକାର ପରିବାରକୁ ନ୍ୟାୟ ଦେବାକୁ ସାଧାରଣରେ ଦାବି ଜୋର ଧରିଛି। ଖବର ଲେଖାହେବା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ପୁଲିସ ପହଂଚିପାରିନାହିଁ I

ଯାଜପୁର ରୁ ଅଜୟ କୁମାର ବେହେରାଙ୍କ ରିପୋର୍ଟ ହୀରାଞ୍ଚଳ ଲାଇଭ୍

Comments (0)
Add Comment