ସେକ୍ଟର ଅଫିସରମାନଙ୍କ ପ୍ରଶିକ୍ଷଣ ଶିବିର

ଦେବଗଡ଼,୨୩/୪:- ଆସନ୍ତା ସାଧାରଣ ନିର୍ବାଚନକୁ ଅଧିକ ଶୃଙ୍ଖଳିତ କରିବା ଲକ୍ଷ୍ୟ ନେଇ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ସେକ୍ଟର ଅଫିସର ମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ସେକ୍ଟର ଅଫିସର ମାନେ କିପରି କାର୍ଯ୍ୟକୁ ସୂଚାରୁରୂପେ ସମ୍ପାଦନ କରିବାସହ ସାଧାରଣ ନିର୍ବାଚନକୁ ଶୃଙ୍ଖଳିତ ଭାବେ ପରିଚାଳିତ କରିପାରିବେ ସେ ଉପରେ ଆଲୋକପାତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଓ ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳ ପରୀକ୍ଷିତ ସାହୁ ଭୋଟ ଗ୍ରହଣ ପୂର୍ବଦିନର କାର୍ଯ୍ୟ କଣ ରହିବ ଏବଂ ମତଦାନ ଦିନରେ ସେମାନଙ୍କର କଣ କଣ କାର୍ଯ୍ୟ ରହିବ ସେ ସମ୍ପର୍କରେ ତାଲିମ୍‌ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଧର୍ମାନନ୍ଦ ବେହେରା, ସହକାରୀ ଜିଲ୍ଲାପାଳ ହେମନ୍ତ ସିଂ, ଈଶ୍ୱର ଗୁରୁ, ଆଇଟିଡିଏ ସଂନ୍ଧ୍ୟା ରାଣୀ ମାଝୀ, ଡେପୁଟି କଲେକ୍ଟର ଇଲେକ୍ସନ ଏଜେଲିନ୍‌ ବାରା, ସହକାରୀ ଜିଲ୍ଲାପାଳ ତାପସ ମହନ୍ତ ଏବଂ ୪୪ ଜଣ ସେକ୍ଟର ଅଫିସର ଉପସ୍ଥିତ ଥିଲେ ।

Comments (0)
Add Comment