ସଟଡାଉନ : କାଲିଭଳି ଆଜି ଅଦ୍ଭୁତପୂର୍ବ ସମର୍ଥନ, ଭଦ୍ରକ ସ୍ଥିତି ପରଖିଲେ ଡିଜି

ଭୁବନେଶ୍ୱର : ବିଶ୍ୱରେ କରୋନା ମହାମାରୀ ସଂକ୍ରମଣ ପ୍ରତି ସମୟରେ ବଢିଚାଲିଛି । ଆମ ଦେଶରେ ସ୍ଥିତି ମଧ୍ୟ ସଂଗୀନ । ରାଜ୍ୟରେ ପଜଟିଭ୍ ସଂଖ୍ୟା ମଧ୍ୟ ୨୧ରେ ପହଞ୍ଚିଛି । ଏମିତି ସ୍ଥିତିରେ ସାମାଜିକ ଦୂରତ୍ୱ ରକ୍ଷା ଏଥିରୁ ମୁକୁଳିବାର ଏକମାତ୍ର ବାଟ ହୋଇଥିବାର ସଟଡାଉନକୁ କଟକ, ଭୁବନେଶ୍ୱରରେ କାଲି ଭଳି ଜବରଦସ୍ତ ସମର୍ଥନ ମିଳିଛି । ରାଜ୍ୟର ପୁଲିସ ଓ ପ୍ରଶାସନ ରାତିଦିନ ଏକ କରି ଏହାକୁ ଲୋକଙ୍କୁ ବୁଝାଇବାରେ ସଫଳ ହୋଇଛି । ରାସ୍ତାଘାଟ, ଛକ, ବଜାର ଶୂନଶାନ ରହିଛି । ଏହା ସତ୍ତ୍ୱେ ମୁସଲିମ ପ୍ରବଣ ଅଂଚଳରେ ସଟଡାଉନର ସ୍ଥିତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ପହଞ୍ଚି ଆଜି ରାତି ଆଠଟାରେ ସଟଡାଉନ ଅବଧି ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସଚେତନତାମୂଳକ ପ୍ରତୀକାତ୍ମକ ଦୀପ ପ୍ରଜ୍ୱଳନ କରିବା, ଜନତା କର୍ଫ୍ୟୁ ପରି ଏହାକୁ ଲୋକେ ପାଳି ଅଦିନିଆ ଦୀପାବଳୀର ଭ୍ରମ ସୃଷ୍ଟି କରିବେ ବୋଲି ମତ ପ୍ରକାଶ କଲେଣି ।

Comments (0)
Add Comment