ଢେଙ୍କାନାଳରେ କରୋନା ଆକ୍ରାନ୍ତ ଚିହ୍ନଟ : ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇଲେ ନିଜାମୁ୍‌ଦ୍ଦିନ ଫେରନ୍ତା

ନିଜାମୁଦିନ ଫେରନ୍ତା ବ୍ୟକ୍ତି ଏବେ ଢେ଼ଙ୍କାନାଳ ଜିଲ୍ଲା ମୁଣ୍ଡ ବିନ୍ଧା ର କାରଣ ପାଳିଟିଛି।ଗତ ଏପ୍ରିଲ 3 ତାରିଖ ରେ ମିନା ବଜାରର ବସ୍ତିର 15 ଜଣ ଙ୍କୁ ଜିଲା ପ୍ରଶାସନ ନିଜାମୁଦିନ ଫେରନ୍ତା ବ୍ୟକ୍ତି ଙ୍କ ସଂସ୍ପର୍ଶ ରେ ଆସିଥିଲେ।ପରେ ଜିଲା ପ୍ରଶାସନ ଜାଣିବା ପରେ 15 ଜଣ ଙ୍କୁ କ୍ୱାରେଣ୍ଟାଇନ ରଖାଯାଇଥିଲା।ତେବେ ଆଜି ସକାଳୁ 15 ଜଣ ଙ୍କ ରିପୋର୍ଟ ପ୍ରଥମେ ନେଗେଟିଭି ଆସିଥିବା ସୂଚନା ଜିଲ୍ଲାପାଳ ଦେଇଥିଲେ।

କିନ୍ତୁ ପରେ ଆଉ ଥରେ ପରୀକ୍ଷା ହେବାରୁ ଜଣେ 51 ବର୍ଷ ମହିଳା ଙ୍କ ନମୁନା posetiv ଆସିଥିବା ସ୍ୱାସ୍ଥ୍ୟ ବିଭଗ ସୁଚନା ଦେଇଛି।ତେବେ ଆଜି ସକାଳୁ ସେମାନଙ୍କ ଭିତରୁ 6 ଜଣ ଙ୍କୁ ଛାଡି ଦିଆ ଯାଇଥିଲା ବେଳେ ବାକି 9 ଜଣ ଙ୍କୁ ରଖା ଯାଇଥିଲା।ତେବେ ପୁଣି ସମସ୍ତ 15 ଜଣ ଙ୍କୁ ଆଉ ଥରେ କ୍ୱାରେଣ୍ଟାଇନ ରେ ରଖାଯିବା ସହିତ ଉକ୍ତ ମହିଳା ଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲ କୁ ପଠାଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।ଏପଟେ ବସ୍ତି ରେ ଜିଲ୍ଲା ପ୍ରଶାସନ ପହଂଚି ତାଙ୍କର ଟ୍ରାଭେଲସ ହିଷ୍ଟ୍ରି ଯାଞ୍ଚ କରିବା ସହିତ ପୁଣି ସେହି ଏରିଆ ରେ ନମୁନା ସଂଗ୍ରହ ପାଇଁ କାର୍ଯ୍ୟ ଆରମ୍ବ ହୋଇଛି।

Comments (0)
Add Comment