ଜିଲ୍ଲା ସ୍କାଉଟ ଓ ଗାଇଡ଼ ପକ୍ଷରୁ କୋରନା ସଚେତନତା

ଗଜପତି ଜିଲ୍ଲା ସ୍କାଉଟ ଓ ଗାଇଡ଼ ପକ୍ଷରୁ ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ମାସ୍କ ବଣ୍ଟନ ଓ ପରିଛନ୍ନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଠାରୁ ଏହି ମାସ୍କ ବଣ୍ଟନ ଓ ପରିଛନ୍ନତା କାର୍ଯ୍ୟ ଜିଲ୍ଲାର

ସ୍କ।ଉଟ ଓ ଗାଇଡ଼ ତରଫରୁ ଆରମ୍ଭ କରିଛନ୍ତି।ଏହି କାର୍ଯ୍ୟକ୍ରମ ଆସନ୍ତା ମଇ 3 ତାରିଖ ପର୍ଯ୍ୟନ୍ତ ନିୟମିତ ଚାଲୁ ରହିବ।ପ୍ରତିଦିନ ସକାଳୁ ଓ ସନ୍ଧ୍ୟାରେ ଏହି କୋ ର ନା ପ୍ରତିରୋଧ ସଚେତନତା କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି।ଏଥିରେ ସୁରେନ୍ଦ୍ର ପାତ୍ର, ପରମେଶ୍ବର ନାୟକ,କିଶୋର ଦାସ,ତ୍ରିପତି ପ୍ରସାଦ ପଣ୍ଡା, ଆଦିତ୍ୟ ବେହେରା,ଲିଙ୍ଗରାଜ ସାହୁ ପ୍ରମୁଖ ଉପସ୍ଥିତ ରହି ଏହି ମହତ ସାମାଜିକ କାର୍ଯ୍ୟ ରେ ଅଂଶ ଗ୍ରହଣ ପୂର୍ବକ ସାମଗ୍ରିକ ସଚେତନତା ଜନିତ ପରିଛନ୍ନତା ଓ ଦୂରତା ବଜାୟ ରଖିବା ପାଇଁ କାର୍ଯ୍ୟ କରିଥିଲେ।

Comments (0)
Add Comment