ଜିଲ୍ଲାସ୍ତରୀୟ ପଲ୍‌ସ ପୋଲିଓ ଟୀକାକରଣର ଶୁଭାରମ୍ଭ

ଗଜପତି,୨୭/୨- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମୁଖ୍ୟ ଚିକିତ୍ସାଳୟ ଠାରେ ଥିବା ମାତୃ ଶିଶୁ କୋଠା ଗୃହ ଠାରେ ଜିଲ୍ଲାସ୍ତରୀୟ ପଲସ ପୋଲିଓ ଟୀକାକରଣ ୨୦୨୨ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ର ଶୁଭାରମ୍ଭ କରିଛନ୍ତି । ଟୀକାକରଣ ଅଭିଯାନ ତିନି ଦିନ ଧରି ଚାଲିବ ।

ପ୍ରଥମ ଦିନରେ ଜିଲ୍ଲାର ପ୍ରତି ବ୍ଳକରେ ସ୍ଥାପିତ ବୁଥ ଗୁଡିକ ଶୁନରୁ ୫ ବର୍ଷର ଶିଶୁମାନଙ୍କୁ ଏହା ଦିଆଯିବାକୁ ଥିବାବେଳେ କୌଣସି କାରଣରୁ ବାଦ୍‌ ପଡିଯାଇଥିବା ଶିଶୁମାନଙ୍କୁ ଆସନ୍ତା ଦୁଇଦିନରେ ଦିଆଯିବ । ସ୍ୱାସ୍ଥ୍ୟ କର୍ମୀମାନେ ଏହି ଦୁଇ ଦିନ ଘରଘର ବୁଲି ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଖୁଆଇବେ । ଏହି କାର୍ଯ୍ୟକ୍ରମ ଯେପରି ସଫଳତାର ସହ ଆୟୋଜିତ ହେବ ଏବଂ କେହିବି ଜଣେହେଲେ ଶିଶୁ ଯେପରି ଏଥିରୁ ବଞ୍ଚିତ ନହେବେ ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

Comments (0)
Add Comment