କଂଗ୍ରେସ ତରଫରୁ ଗାନ୍ଧିଜୀଙ୍କ ତିରୋଧାନ ଦିବସ ପାଳିତ

ପାରଳାଖେମୁଣ୍ଡି,୩୦/୧- ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଦେଶର ରାଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କ ୮୦ତମ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପାରଳାଖେମୁଣ୍ଡି କଂଗ୍ରେସ କାର୍ଯ୍ୟାଳୟରେ ମହାତ୍ମାଗାନ୍ଧୀଙ୍କ ଫୋଟ ଚିତ୍ରକୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇ ଗାନ୍ଧୀଙ୍କ ନୀତିଆଦର୍ଶକୁ ଅନୁପ୍ରାଣିତ କରି ଆଗକୁ କଂଗ୍ରେସ ଦଳର ସଙ୍ଗଠନକୁ ସୁଦୃଢ କରି କଂଗ୍ରେସ ଦଳକୁ ଆଗକୁ ନେଇ ଦଳର ଉନ୍ନତି ନିମନ୍ତେ ସମସ୍ତେ ଚେଷ୍ଟାକରିବାକୁ ମତପ୍ରକାଶ କରିଥିଲେ । ଏହି ଅବସରରେ ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ଗୈାତମ ପଣ୍ଡା, ବାବୁଲି ସାହୁ, ଈଶ୍ୱର ମାଝୀ, ସମୀର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ନଗର ସଭାପତି ବସନ୍ତ କୁମାର ପଣ୍ଡା ଦ୍ୱାରା ପରିଚାଳିତ କରାଯାଇଥିଲା ।

Comments (0)
Add Comment