ଗଜପତି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ପାଳ ଙ୍କ ସମ୍ମିଳନୀ କକ୍ଷଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ ଗଜପତି ଜିଲ୍ଲା ପାଳ ସାମ୍ବାଦିକ ଙ୍କୁ ସୂଚନା ଦେଇ କହି ଥିଲେ ଯେ ବ୍ୟବସାୟୀ ମାନେ ବିକ୍ରି କରିବା ବେଳେ ସାମାଜିକ ଦୂରତା ଏକ ମିଟରରୁ ଉର୍ଦ୍ଧ୍ବ ଗ୍ରାହକ ମାନଙ୍କ ମଧ୍ୟରେ ବଜାୟ ରଖିବେ ଯଦି କୌଣସି ବ୍ୟକ୍ତି ଏଥିରୁ ବିଚ୍ୟୁତ ହେବେ ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯାଇ ବ୍ୟବସାୟ ପ୍ରତିଷ୍ଠାନ କୁ ସିଲ କରାଯିବା ସହ ଗ୍ରାହକ ମାନଙ୍କ ବିରୁଦ୍ଧରେ ମଧ୍ୟ ଆଇନ ଅନୁଯାୟୀ ଦଣ୍ଡ ବିଧାନ କରାଯିବ।

ସେହି ଭଳି ସକାଳ 6 ଘଣ୍ଟା ରୁ 10 ଟା ପର୍ଯ୍ୟନ୍ତ ଓ ସନ୍ଧ୍ୟା 5ଘଣ୍ଟା ଠାରୁ 7 ଟା ପର୍ଯ୍ୟନ୍ତ ଜନସାଧାରଣ ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ବଜାରକୁ ମଟର ସାଇକେଲ ବ୍ୟବହାର ନକରି ଚାଲି ଚାଲି ଯିବା ପାଇଁ ଅନୁମତି ପ୍ରଦାନ କରାଯାଇଛି ପ୍ରତ୍ୟେକ ଜନ ସାଧାରଣ ବାହାରକୁ ବାହାରିଲା ବେଳେ ମାସ୍କ ପିନ୍ଧିବାର ଆବଶ୍ୟକତା ରହିଛି ନଚେତ ଆଗାମୀ ଦିନରେ ମାସ୍କ ନ ପିନ୍ଧିଲେ ଜରିମାନା ଦେବାକୁ ପଡିବ।ପ୍ରତ୍ୟେକ ଧାର୍ମିକ ଅନୁଷ୍ଠାନ ମନ୍ଦିର ମସଜିଦ ଚର୍ଚ୍ଚ କେବଳ ଠାକୁର ଙ୍କ ନୀତି କାନ୍ତି ପାଇଁ ନିର୍ଧାରିତ ସମୟ ସକାଳ 6ଟା 6. 30 ଏବଂ ସନ୍ଧ୍ୟା 6 .30ରୁ 7ଟା ପର୍ଯ୍ୟନ୍ତ ସ୍ୱଳ୍ପ ସମୟ ପାଇଁ ଖୋଲା ରହିବ ଏଥିରୁ ଯଦି କୌଣସି ପୂଜକ ବିଚ୍ୟୁତି ହେବେ ତେବେ ତାଙ୍କ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।

Comments (0)
Add Comment