ସୁନ୍ଦରଗଡ ଅଞ୍ଚଳରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ : ଦୁହେଁ ବିଶ୍ରା ଅଂଚଳର

ରାଉରକେଲା : ଗତକାଲି ରାଜ୍ୟରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ସୁନ୍ଦରଗଡ ଜିଲ୍ଲା ର ବୋଲି ଜଣାପଡିଛି   ସୁନ୍ଦରଗଡ ଜିଲ୍ଲା ରେ ପ୍ରଥମ ଥର ଲାଗି କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ମିଳିଛି ଏ ନେଇ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ଏ ଦୁହେଁ ସୁନ୍ଦରଗଡ ଜିଲ୍ଲାର ବିଶ୍ରା ଅଂଚଳରେ ବୋଲି ଜଣାଯାଇଛି

ଦିଲ୍ଲୀ ନିଜାମୁଦିନ ଲିଙ୍କ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବିଶ୍ରା ଅଂଚଳ ସିଲ ପାଇଁ ଘଟଣା ସ୍ଥଳରେ ଜିଲ୍ଲାପାଳ ନିଖିଳ  ପବନ କଲ୍ୟାଣ, ରାଉରକେଲା ଏସ ପି କେ. ଶିବ ସୁବ୍ରମଣି, ପାନପୋଷ ଉପ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର, ଅନ୍ୟ ବରିଷ୍ଠ ଅଧିକାରୀ ଓ ଜିଲ୍ଲା ପୋଲିସ ପହଂଚିଛନ୍ତି କେଉଁ କେଉଁ ଅଂଚଳ ସିଲ ହେବ ଡ୍ରଇଂ   କରାଯାଇଛି ଏହି ଦୁଇ ଜଣ  କରୋନା ଆକ୍ରାନ୍ତଙ୍କୁ ରାଉରକେଲା ସ୍ଥିତ ହାଇଟେକ ମେଡିକାଲ ରେ  ଥିବା କୋଭିଡ-୧୯ ହସ୍ପିଟାଲ ରେ ଭର୍ତି କରାଯାଇଛି

ସୂଚନା ଯୋଗ୍ୟ , ଗତ କାଲି ରାଜ୍ୟରେ ଆଉ ଚାରି ଜଣ ଆକ୍ରାନ୍ତଙ୍କ ଚିହ୍ନଟ ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ରେ ପହଂଚିଛି  ରାଜ୍ୟର ୫୪ ଆକ୍ରାନ୍ତଙ୍କ ମଧ୍ୟରୁ ଇତିମଧ୍ୟରେ ୧୨ ଜଣ ସୁସ୍ଥ ହୋଇ ଘରକୁ  ଫେରି  ଯାଇଥିବା ବେଳେ ପୂର୍ବରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ଅନ୍ୟ ୩୭ ଜଣ ଏବେ ବିଭିନୟ କୋଭିଡ ହସ୍ପିଟାଲ ରେ ଚିକିତ୍ସତ ହେଉଥିବା ଜଣାଯାଇଛି     

Comments (0)
Add Comment