ଗଜପତି ବିଜେପି ପକ୍ଷରୁ ବାଣ୍ଟିଲେ ମାସ୍କ

ଗଜପତି ଜିଲ୍ଲା ବିଜେପି ପକ୍ଷରୁ କର୍ମୀ ମାନେ ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ,ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ,ବିଦ୍ୟୁତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, BSNLକାର୍ଯ୍ୟାଳୟ, DRDA କାର୍ଯ୍ୟାଳୟ,ଶ୍ରମ ବିଭାଗ, ଆଞ୍ଚଳିକ ପରିବହନ ବିଭାଗର କର୍ମଚାରୀମାନେ ଲୋକଙ୍କୁ ସେବା ଯୋଗାଇ ଆସୁଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ମାସ୍କ ବଣ୍ଟନ କରିଥିଲେ। ସେହିଭଳି ଗରିବ ଓ ବରିଷ୍ଠ ନାଗରିକଙ୍କୁ ମଧ୍ୟ ମାସ୍କ ବଣ୍ଟନ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ପୂର୍ବତନ ପୌରପରିସଦ ଅଧ୍ୟକ୍ଷ ପି କ୍ରିଷ୍ଣ।,ନୃସିଂହ ଚରଣ ପଟ୍ଟନାୟକ, ବାବୁନା ବେହେରାଙ୍କ ସହ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Comments (0)
Add Comment