ଆବାସ ଯୋଜନାରୁ ବଞ୍ଚିତ ବୃଦ୍ଧ ଦଂପତ୍ତି

କଣ୍ଟାବାଞ୍ଜି,୨୯/୯- କେନ୍ଦ୍ର ଓ ରାଜ୍ୟସରକାରଙ୍କ ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆବଶ୍ୟକ ଥିବା ଯୋଗ୍ୟ ହିତାଧିକାରୀକୁ ପକ୍କା ଘର ଯୋଗାଇବା । ଗ୍ରାମୀଣ କ୍ଷେତ୍ରରେ ଏହାକୁ କାର୍ଯ୍ୟାନୁଷ୍ଠାନ କରିବା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ କିନ୍ତୁ ସରକାରଙ୍କ ଦ୍ୱାରା ଆୟୋଜିତ ମିଶନକୁ ସଫଳ କରିବାପାଇଁ କାର୍ଯ୍ୟରତ ଅଧିକାରୀ ଙ୍କ ତ୍ରୁଟି ରହୁଛି ନା କିଛି ସ୍ୱାର୍ଥ ଯେ ଯୋଗ୍ୟ ହିତାଧିକାରୀ ବର୍ତମାନ ପର୍ଯ୍ୟନ୍ତ ଆବାସ ଯୋଜନାରୁ ବଂଚିତ ହେଉଛନ୍ତି । ଏହି ପ୍ରକାର ଅଭିଯୋଗ ରହିଛି ବଲାଙ୍ଗୀର ଜିଲ୍ଲା ତୁରୀକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ପଂଚାୟତରେ । ଏହି ପଂଚାୟତରେ ବେହରନସିଲେଟ ଗ୍ରାମବାସୀ ଦିନ ବାଗ ଓ ତାଙ୍କ ଧର୍ମ ପତ୍ନୀ ରହନ୍ତି । ଏ ଦୁହିଜଣଙ୍କ କୌଣସି ସନ୍ତାନ ନଥିବା ଯୋଗୁଁ ଭଗବାନ ଭରସାରେ ଦିନ କାଟୁଛନ୍ତି । ଘରର ଅବସ୍ଥା ଦୟନୀୟ ହେଇ ପଡିଛିି, ଭଙ୍ଗା ମାଟି କାଁଥି, କବାଟ ଜାଗାରେ ବାଉଁଶର ଜାଲି, ଟିକିଏ ବର୍ଷାରେ ଘର କୁ ପଡୁଥିବା ପାଣିରୁ ବଂଚିବା ପାଇଁ ଅନ୍ୟତ୍ର ଜାଗା ଖୋଜନ୍ତି । ବାରମ୍ବାର ଆବେଦନ କଲେ କେବଳ ସାନ୍ତ୍ୱନା ଛଡା ଆଉ କିଛି ନାହିଁ । ତେଣୁ ଏହି ବୃଦ୍ଧ ଦଂପତ୍ତି ପ୍ରତି ଦୃଷ୍ଟିଦେଇ ତୁରନ୍ତ ଥଇଥାନ କରିବାକୁ ଦାବି ହେଉଛି ।

Comments (0)
Add Comment