ଅଖିମୁଠି ଅନୁକୂଳ କଲେ ଲୋଇସିଂହା ବିଧାୟକ

ବଲାଙ୍ଗୀର: ପଶ୍ଚିମଓଡିଶା ଏକ କୃଷିଭିତ୍ତିକ ଅଂଚଳ ଭାବେ ଜଣାଶୁଣା । କୃଷିର ଆଦ୍ୟପର୍ବ କୁହାଯାଉଥିବା ଅକ୍ଷୟ ତୃତୀୟ ତଥା ଅଖି ମୁଠି ଅନୁକୂଳ ଆଜି ଲକଡାଉନ ପାଇଁ ବିଶେଷ ଆଡମ୍ବର ସହକାର ପାଳନ ହୋଇପାରିନାହିଁ । କିନ୍ତୁ ଆବଶ୍ୟକ ସ୍ଥଳେ ସାମାଜିକ ଦୂରତା ଓ ମାସ୍କ ପରିଧାନ କରି ଏହି ପର୍ବକୁ ନିରାଡମ୍ବର ଭାବେ ପାଳନ କରାଯାଇଛି ।

ଏହି ଅବସରରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ନିଜ ଗାଁ ନଅଗାଁଠାରେ ସାମାଜିକ ଦୂରତା ଓ ମାସ୍କ ପରିଧାନ କରି ଅନ୍ୟମାନଙ୍କ ସହ ମୁଠିଛୁଆ ପର୍ବ ପାଳନ କରିଛନ୍ତି । ପ୍ରତିବର୍ଷ କୃଷି ବିଭାଗ ତରଫରୁ ମଧ୍ୟ ପାଳିତ ହେଉଥିବା ଅକ୍ଷୟ ତୃତୀୟ ବର୍ଷ ଏବର୍ଷ ଫିକା ପଡିଛି ।

Comments (0)
Add Comment