ଚତୁର୍ଥ ଦିନରେ ମୋଟ ୯୦୮ ପ୍ରାର୍ଥୀପତ୍ର ଦାଖଲ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଚତୁର୍ଥ ଦିନରେ ୯ ୦୮ ଜଣ ପାର୍ଥୀପତ୍ର ଦାଖଲ କରିଛନ୍ତି । ସେଥୁମଧ୍ୟରୁ ୱାର୍ଡ ମେମ୍ବର ଭାବେ ୫୯୨ଜଣ ପ୍ରାର୍ଥୀପତ୍ର ଦା ଖଲ କରିଥିବାବେଳେ ସରପଞ୍ଚ ୧୭୨ ଜଣ, ସମିତିସଭ୍ୟ ଭାବେ ୧୨୮ ଜଣ ପାର୍ଥୀ ସେମାନଙ୍କ ପାର୍ଥୀପତ୍ର ଦାଖଲ କରିଥିବା ନେଇ ଜିଲ୍ଲା ପଂଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟ କହିଛନ୍ତି । ତେବେ ଜିଲ୍ଲା ପରିଷଦ ପାର୍ଥୀ ଭାବେ ଗତକାଲି ୧୬ ଜଣ ପାର୍ଥୀପତ୍ର ଦାଖଲ କରିଥିବା କଥା ଜିଲ୍ଲା ପଂଚାୟତ ଅଧିକାରୀ ଆଚାର୍ଯ୍ୟ କହିଛନ୍ତି ।ତେବେ ପାର୍ଥୀମାନେ ସରକାରଙ୍କ କୋଭିଡ ଗାଇଡ଼ଲାଇନ ମାନି କମ ସଂଖ୍ୟକ ସମର୍ଥକଙ୍କ ସହ ଆସି ପାର୍ଥୀପତ୍ର ଦାଖଲ କରିଥିଲେ । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଯେପରି ମୁକ୍ତ, ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ ହେବ ସେଥିପାଇଁ ଜିଲ୍ଲାପାଳ, ବିଡ଼ିଓ ଓ ଜିଲ୍ଲା ପଂଚାୟତ ଅଧିକାରୀ, ପ୍ରମୁଖ ସତର୍କ ଦୃଷ୍ଟି ଦେଉଥିବା ଦେଖିବାକୁ ମିଳିଛି । ସେହି ପରି ଗତକାଲି ଯାଏ ସରପଞ୍ଚ, ସମିତି ସଭ୍ୟ, ଜିଲା ପରିଷଦ ସଭ୍ୟ ଓ ୱାର୍ଡ ସଭ୍ୟ ଲାଗି ମୋଟ ୨୧୨୬ ଜଣ ଜିଲ୍ଲାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

Comments (0)
Add Comment