ନୂଆଖାଇ ଦିବସ ଅବସରରେ ସ୍ୟାଣ୍ଡ ଆର୍ଟିଷ୍ଟ ସୁଦାମ ପ୍ରଧାନଙ୍କ ସ୍ୟାଣ୍ଡ ଆନିମେସନ

ପବିତ୍ର ନୂଆଖାଇ ଦିବସ ଅବସରରେ ସ୍ୟାଣ୍ଡ ଆର୍ଟିଷ୍ଟ ସୁଦାମ ପ୍ରଧାନ ଏକ ସୁନ୍ଦର ସ୍ୟାଣ୍ଡ ଆନିମେସନ କରି ନୂଆଖାଇର ଶୁଭେଚ୍ଛା ଦେଇଛନ୍ତି। ଏହି ସ୍ୟାଣ୍ଡ ଆନିମେସନରେ କୃଷି ଭିତ୍ତିକ ପର୍ବ ନୂଆଖାଇ ପାଇଁ ସେ କୃଷକ ମାନଙ୍କୁ ଶୁଭେଚ୍ଛା ମଧ୍ୟ ଦେଇଛନ୍ତି। ସେହିପରି ପଶ୍ଚିମ ଓଡିଶାର ଆରାଧ୍ୟ ଦେବୀ ମା ସମଲେଇଙ୍କୁ ପ୍ରତିକୃତିକୁ ମଧ୍ୟ ଏହି ସ୍ୟାଣ୍ଡ ଆନିମେସନରେ ସ୍ଥାନ ଦିଆଯାଇଛି। ଏହି ସ୍ୟାଣ୍ଡ ଆନିମେସନଟି ବେଶ ଆକର୍ଷଣୀୟ ହୋଇଛି।

Comments (0)
Add Comment