ଖୁଣ୍ଟସମଲାଇରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର

ପାଟଣାଗଡ଼,୯/୧- ପାଟଣାଗଡ ବ୍ଳକ ଖୁଣ୍ଟସମଲାଇ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ଅଧ୍ୟକ୍ଷତାରେ ବ୍ଳକସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ ରଣା ଓ ଜିଲ୍ଳା ଆରକ୍ଷୀ ଅଧକ୍ଷ ନିତିନ କୁଶଳକର ଯୋଗଦେଇ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ସମୁଦାୟ ୧୦୮ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥିମଧ୍ୟରୁ ସାମୁହିକ ଭାବେ ୧୨ ଟି ଅଭିଯୋଗ, ବ୍ୟକ୍ତିଗତ ୯୬, ବ୍ୟକ୍ତିଗତ ୧ ଗୋଟି ମାମଲାରେ ତତ୍କାଳ ସମାଧାନ କରାଯାଇଥିଲା । ସେହିପରି ଆର୍ଥିକ ସହାୟତା ୧୬ ଗୋଟି ଦରଖାସ୍ତକାରୀଙ୍କୁ ଆର୍ଥିକ ସହାୟତା ଚେକ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ଏଥିରେ ପାନୀୟ ଜଳ ସମସ୍ୟା, ମହାତ୍ମାଗାନ୍ଧୀ ଗ୍ରାମ୍ୟନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଶିକ୍ଷା, ବାର୍ଦ୍ଧକ୍ୟଭତ୍ତା, ବିଧବାଭତ୍ତା, ରାସନ୍‌ କାର୍ଡ ସହ ଅବଶିଷ୍ଟ ମାମଲା ଗୁଡିକୁ ସମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଜନଶୁଣାଣିରେ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ବିଡ଼ିଓ ସୁମନ୍ତ କୁମ୍ଭାର, ତହସିଲଦାର ଲକ୍ଷଣ ମାଝୀଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କୃଷି ବିଭାଗ, ଉଦ୍ୟାନ ବିଭାଗ, ଶିକ୍ଷାବିଭାଗ, ସ୍ୱାସ୍ଥ୍ୟବିଭାଗ, ପ୍ରାଣୀଚିକିତ୍ସା ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ, ଆଇସିଡିଏସ ବିଭାଗ, ପୁଲିସ ବିଭାଗ, ଜଙ୍ଗଲ ବିଭାଗ, ଲାଇନବିଭାଗ, ପଞ୍ଚାୟତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଶୁଣାଣୀ କରିବାରେ ଜିଲ୍ଲାପାଳ ଶ୍ରୀ ରାଣାଙ୍କୁ ସହଯୋଗ କରିଥିଲେ । ହାଇସ୍କୁଲ ପଡିଆରେ ଆୟୋଜିତ ପ୍ରଦର୍ଶନୀ ଷ୍ଟଲ ଗୁଡିକୁ ଜିଲ୍ଲାପାଳ ବୁଲି ଦେଖିବା ସହ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ଚେକ ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରିଥିବାବେଳେ ସ୍ଥାନୀୟ ନିରଞ୍ଜନ ଭୋଇ ହାଇସ୍କୁଲ ୫ଟି ଯୋଜନାରେ ସାମିଲ ହୋଇ ଚାଲିଥିବା କାମକୁ ଜିଲ୍ଲାପାଳ ଶ୍ରୀ ରଣା ବୁଲି ଦେଖିଥିଲେ ।

Comments (0)
Add Comment