ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର

ଫୁଲବାଣୀ,୩୦/୩ : କନ୍ଧମାଳ ଜିଲ୍ଲା ଫୁଲବାଣୀ ରକ୍ତଭଣ୍ଡାର ବିଜୁ ଛାତ୍ର ଜନତା ଦଳ ତରଫରୁ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପବିତ୍ର ରକ୍ତଦାନ ଶିବିରକୁ ମାନ୍ୟବର କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଶୁଭ ଉଦଘାଟନ କରିଥିଲେ ଏବଂ ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ଯୁବ ସଭାପତି ବିଷ୍ଣୁ ଚରଣ ମଲ୍ଲିକ,ଜିଲ୍ଲା ଛାତ୍ର ସଭାପତି ସୁନୀଲ ସେଠୀ,ସଂଖ୍ୟା ଲଘୁ ସେଲର ଏମ ଡି ୟାସିନ ବେଗ, ଖଜୁରିପଡା ବ୍ଲକ୍‌ ଅଧ୍ୟକ୍ଷ ବିରେନ୍ଦ୍ର କଁହର,ନଗର ସଭାପତି ସୁଧୀର କଁହର, ପାର୍ଥ ବିଶ୍ୱାଳ, ସନ୍ଦୀପ ମହାନ୍ତି, ଉପସଭାପତି ପ୍ରବୀଣ ବେହେରା, ଅନୀଲ ବେହେରା,ଅନିରୁଦ୍ଧ ମୁଖୀ, ବିଦ୍ୟାଧର ପ୍ରଧାନ, ମାଧବୀ ମିଶ୍ର, କମଲଲୋଚନ ଦେହୁରୀ, ସିପୁନ ନାୟକ, ରାଜବାଲା ସିଂ, ଗଣେଶ ସେନାପତି, ଗୀତାଞ୍ଜଳି ବେହେରା, ଚିନ୍ତାମଣି ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment