ସ୍ୱରୂପ ପାତ୍ର ହେଲେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି

ସୁବର୍ଣ୍ଣପୁର,୨୭/୫:- ସୁବର୍ଣ୍ଣପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଭାବରେ ସ୍ୱରୂପ ପାତ୍ରଙ୍କୁ ନିଯୁକ୍ତି ମିଳିଛି । ସେ ପୂର୍ବରୁ ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଭାବେ କାର୍ଯ୍ୟ କରୁଥିଲେ । ଏହି ନିଯୁକ୍ତି ପାଇଁ ସ୍ୱରୂପ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିସ ଆଚାର୍ଯ୍ୟ, ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ସୁବର୍ଣ୍ଣପୁର ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ ସ୍ୱରୂପ ଜଣେ ଯୁବ ଦକ୍ଷ ସଂଗଠକ ଭାବରେ ଜିଲ୍ଲା ତଥା ରାଜ୍ୟରେ ବେଶ ଜଣାଶୁଣା ଥିବା ବେଳେ ଦଳରେ ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ସହିତ ଅଧିକରୁ ଅଧିକ ଯୁବକ ମାନଙ୍କୁ ସାମିଲ କରି ସଂଗଠନକୁ ଦୃଢ଼ କରିବି ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Comments (0)
Add Comment