ଚେକିଂ ବେଳେ ବୁଲେଟ ଡିକିରୁ ମିଳିଲା ୧ ଲକ୍ଷ ୯୫ ହଜାର ଟଙ୍କା

ସୁବର୍ଣ୍ଣପୁର,୨୯/୪:- ଜିଲ୍ଲାର ବିନିକା ସହରର ମିଶ୍ରପାଲି ଛକରେ ସାଧାରଣ ନିର୍ବାଚନ ପାଇଁ ବିନିକା ଅତିରିକ୍ତ ତହସିଲଦାର ଦୟାରାମ ମେହେରଙ୍କ ନେତୃତ୍ୱରେ ଏସଏସଟି ଟିମ୍‌ ର ଗାଡ଼ି ମଟର କଡାକଡି ଯାଞ୍ଚ ଚାଲିଥିବା ସମୟରେ ଓଡି ୩୧ଏମ-୧୨୭୪ କଳାରଙ୍ଗର ବୁଲେଟ ବାଇକ ଡିକିରୁ ୧ ଲକ୍ଷ ୯୫ ହଜାର ଟଙ୍କାକୁ ଷ୍ଟାଟିକ ସର୍ଭିଲାନ୍ସ ଟିମ୍‌ ଜବତ କରିଛନ୍ତି । ବୁଲେଟ ଚାଳକ ଉଲୁଣ୍ଡା ଥାନା ହିଙ୍ଗମା ଗାଁର ବସନ୍ତ ପର୍ଡିଆ ଟଙ୍କାର ସମସ୍ତ ପ୍ରମାଣ ଦେବାରେ ଅସମର୍ଥ ହେବାରୁ ଟଙ୍କା ଜବତ କରି ଟ୍ରେଜେରୀ ଜମା କରାଯିବା ସହ ଜିଲ୍ଲା କମିଟିରେ ଟଙ୍କାର ପ୍ରମାଣ ଦାଖଲ କରି ଜିଲ୍ଳା କମିଟି ବିଚାର କରିବେ ବୋଲି ବିନିକା ଅତିରିକ୍ତ ତହସିଲଦାର ଶ୍ରୀ ମେହେର ପ୍ରକାଶ କରିଛନ୍ତି । ତେବେ ଏଇ ଟଙ୍କା ଗଣେଶ ଅଗ୍ରୱାଲଙ୍କ ପାଖରୁ ଆଣି ବିନିକା କୁହିବାହାଲକୁ ଯାଉଥିବା ବାଇକ ଚାଲକ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଗତ ୬ ତାରିଖରେ ବିନିକା କଲେଜ ଛକରେ ପୁଲିସ ନାକାବନ୍ଦି କରି ଗାଡ଼ି ମଟର କଡାକଡି ଯାଞ୍ଚ କରୁଥିବା ସମୟରେ ୫୫ ଲକ୍ଷ ୨୦ ହଜାର ଟଙ୍କା ମଧ୍ୟ ଜବତ କରିବା ସହିତ ବିନିକା ପୁଲିସକୁ ବଡ ସଫଳତା ମିଳିଥିଲା ।

Comments (0)
Add Comment