ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କରୋନା ସହାୟତା

ପାଟଣାଗଡ : ବିଶ୍ୱ ମହାମାରୀ କରୋନା ମୁକାବିଲା ପାଇଁ ବାଦନ୍ୟ ବ୍ୟକ୍ତିମାନଙ୍କ ସହାୟତା ଧୀରେ ଧୀରେ ବଞି ଚାଲିଛି । ଆଜି ପାଟଣାଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ବିନୋଦ କୁମାର ଅଗ୍ରୱାଲ ୧୧ହଜାର, ଟିକୁ ଜୈନ ୫୧୦୦, ପ୍ରତୀକ୍ଷା ମହାସଂଘ ପାଟଣାଗଡ ୨ହଜାର, ଜୟ ମାଁ ଲକ୍ଷ୍ମୀ ଏସଏଚଜି ୧ ହଜାର, ମା ମଙ୍ଗଳା ଏସଏଚଜି ୧୧ଶହ, ମା ରାମଚଣ୍ଡି ଏସଏଚଜି ବ୍ରହ୍ମପୁରା ଏକ ହଜାର, ମାରୱାଡି ଯୁବ ମଞ୍ଚ ଦଶହଜାର ଏବଂ ଅଖିଲ ଭାରତୀୟ ମାରୱାଡି ଯୁବ ମଞ୍ଚ ସୁବର୍ଣ୍ଣରେଖା ଏଗାର ହଜାର ଆଦି ସଂଘ ଏବଂ ବ୍ୟକ୍ତି ବିଶେଷ ଚେକ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଉପଜିଲ୍ଲାପାଳ ସୋମନାଥ ପଧାନଙ୍କୁ ପ୍ରଦାନ କରିଛନ୍ତି ।

Comments (0)
Add Comment