ଆଇଆଇସିଙ୍କ ସନ୍ଦେହଜନକ ମୃତ୍ୟୁ

କଟକ: କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା ଆଇଆଇସି। ଥାନା କ୍ୱାର୍ଟର୍ସରୁ ମିଳିଲା ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ। କଟକ ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ ଆଇଆଇସି ବ୍ୟୁଟି ମହାନ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତଦେହକୁ ବ୍ୟବଚ୍ଛଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ପୁଲିସ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଚାଞ୍ଚଲ୍ୟ ଖେଳିଯାଇଛି। ମହିଳା ଆଇଆଇସି ବ୍ୟୁଟି ମହାନ୍ତିଙ୍କ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା, ଏହା ପଛରେ କ’ଣ କାରଣ ରହିପାରେ, ତମାମ ପ୍ରଶ୍ନର ଉତ୍ତର ଖୋଜି ବାହାର କରିବ ପୁଲିସ।

Comments (0)
Add Comment