ଗଛରୁ ଉଦ୍ଧାର ହେଲା ଭାଲୁ

ଉମରକୋଟ: ଦୀର୍ଘ ୩୦ ଘଣ୍ଟା ଗଛରେ ରହିବା ପରେ ଶେଷରେ ଗଛରୁ ଉଦ୍ଧାର ହେଲା ଭାଲୁ । ଉମରକୋଟ ଓ ନବରଙ୍ଗପୁର ବନ ବିଭାଗର ଦୀର୍ଘ ୩ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଗଛରୁ ଉଦ୍ଧାର ହେଲା ଭାଲୁ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ନାୟକଗୁଡା ଗ୍ରାମରେ ଖାଦ୍ୟ ଅନ୍ୱେଷଣରେ ଆସି ଗଛରେ ଚଢ଼ି ଯାଇଥିବା ଭାଲୁକୁ ବନ ବିଭାଗ ଦ୍ୱାରା ଶେଷରେ ଟ୍ରାଙ୍କୁଲାଇଜର ବ୍ୟବହାର କରି ନିସ୍ତେଜ କରାଯାଇଥିଲା ଏବଂ ତଳକୁ ଖସାଯାଇଥିଲା ।

Comments (0)
Add Comment