ଭିଜିଲାନ୍ସ ଜାଲରେ ଜିଏସଟି ଅଧିକାରୀ

ପୁରୀ : ଭିଜିଲାନ୍ସ ଜାଲରେ ଜିଏସଟି ଅଧିକାରୀ ମାନସ ରଂଜନ ବେହେରା । ୩୦ ହଜାର ଟଙ୍କାର ଲାଞ୍ଚ ନେବାବେଳେ ମାନସଙ୍କୁ କାବୁ କରିଛି ଭିଜିଲାନ୍ସ । ପୁରୀ ଜିଲ୍ଲା ସ୍କୁଲ ସମ୍ମୁଖରେ ପୁରୀର ସିଟିଓ ଆଣ୍ଡ ଜିଏସଟି,ଏନଫୋର୍ସମେଣ୍ଟ ୟୁନିଟ୍‌ର ଅଧିକାରୀଙ୍କୁ ଲାଞ୍ଚ ନେବାବେଳେ ଟ୍ରାପ କରିବାରେ ସଫଳ ହୋଇଛି ଭିଜିଲାନ୍ସ ୟୁନିଟ ।ଅଭିଯୋଗକାରୀ ଜଣକ ଗତ ୧୯ ମାର୍ଚ୍ଚ ରେ ସରକାରୀ ନିୟମ ମୁତାବକ ୭୯,୨୦୦ ଟଙ୍କାର ଜିଏସଟି ଜୋରିମାନା ପୈଠ କରି ସାରିଥିଲେ ମଧ୍ୟ ତାଙ୍କ ଅଟକ ରଖାଯାଇଥିବା ଗାଡିକୁ ମୁକ୍ତ କରିବା ପାଇଁ ୩୦ ହଜାର ଟଙ୍କା ଦାବି କରିଥିଲେ ମାନସ । ତେବେ ଆଜି ଅଭିଯୋଗକାରୀଙ୍କ ଠାରୁ ପୁରୀ ଜିଲ୍ଲା ସ୍କୁଲ ସମ୍ମୁଖରେ ଦାବି ଟଙ୍କା ଅସୁଲ କରୁଥିବା ବେଳେ ରେଡ ହ୍ୟାଣ୍‌ଡେଡ ମାନସଙ୍କୁ କାବୁ କରିଥିଲା ଭିଜିଲାନ୍ସ । ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ବେହେରାଙ୍କ ଠାରୁ ୩୦ ହଜାର ଟଙ୍କାକୁ ଜବତ କରିବା ସହ ଶ୍ରୀ ବେହେରାଙ୍କର ତିନୋଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି । ଅଭିଯୁକ୍ତ ଶ୍ରୀ ବେହେରା, ସିଟିଓ ଏବଂ ଜିଏସଟି ଅଧିକାରୀ, ଏନଫୋର୍ସମେଣ୍ଟ ୟୁନିଟ୍‌, ପୁରୀ ବିରୋଧରେ ତଦନ୍ତ ଜାରି ରହିଛି ।

Comments (0)
Add Comment