ଅସହାୟଙ୍କୁ ସହାୟତାର ହାତ ବଢ଼ାଇଲା ରାଇକିଆ କ୍ୟାଥୋଲୋକି ସିଷ୍ଟର୍ ହାଉସ୍

ରାଇକିଆ: ମହାମାରୀ କରୋନା ନିଜର କାୟା ବିସ୍ତାର କରିଚାଲିଛି । କରୋନା ମୁକାବିଲାନେଇ ଅନେକ ସରକାରୀ, ବେସରକାରୀ ଅନୁଷ୍ଠାନ, ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ସହୋଯୋଗ ରହିଥିବା ବେଳେ କନ୍ଧମାଳ ଜିଲ୍ଲା ରାଇକିଆ କ୍ୟାଥଲିକ୍ ଧର୍ମାଞ୍ଚଳର ସେଣ୍ଟ୍ କାଥାରିନ୍ କନଭେଣ୍ଟ୍ ସିଷ୍ଟର୍ ହାଉସ୍ ମଧ୍ୟ ଏହି ବିପତ୍ତି ସମୟରେ ଅସହାୟଙ୍କୁ ସହଯୋଗର ହାତ ବଢ଼େଇଛି। ଅଞ୍ଚଳର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ ମାସ୍କ, ସାବୁନ୍ ସହ କିଛି ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ପ୍ରାୟ 1500 ରୁ ଉର୍ଦ୍ଧ୍ବ ପରିବାରଙ୍କୁ ଏହି ଅନୁଷ୍ଠାନ ପକ୍ଷରୁ ବଣ୍ଟନ କରାଯାଇଛି। ଏଥିସହିତ ଏହି ଭୟାବହ ମହାମାରୀ କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ହେଲେ ମାସ୍କ ବ୍ୟବହାର ସହ ସାବୁନ୍ ରେ ବାରମ୍ବାର ହାତ ଧୋଇବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ଲୋକଙ୍କୁ ସଚେତନତା କରାଯାଉଛି । ଏହି କରୋନା ମହାମାରୀ ଭୁତାଣୁ ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ଲୋକଙ୍କ ପାଇଁ ମାସ୍କ କନଭେଣ୍ଟ୍ ର ସମସ୍ତ ସେବାଭଗ୍ନିଙ୍କ ସହୋଯୋଗରେ ମାସ୍କ ତିଆରି କରି ଅଞ୍ଚଳବାସୀଙ୍କୁ ବଣ୍ଟାଯାଉଛି । ଆଗାମୀ ଦିନରେ ଅହୁରି ଅଧିକ ସାମଗ୍ରୀ ବଣ୍ଟନ କରାଯିବ ବୋଲି କୁହାଯାଇଛି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ଏହି ବଣ୍ଟନ କାର୍ଯ୍ୟ କାର୍ଯ୍ୟରେ କନଭେଣ୍ଟ୍ ସିଷ୍ଟର ଜୟନ୍ତୀ ସିଂ, ସିଷ୍ଟର ସାରାଫିନା, ସିଷ୍ଟର ବାସନ୍ତୀ, ସିଷ୍ଟର ସୁଧା ରାଣୀ,ସିଷ୍ଟର ଏଲିଜାବେଥ୍ ସମିତି ସଭ୍ୟା ମିନି ନାୟକଙ୍କ ସହ ଆଶା ଦିଦି, ଅଙ୍ଗନଓ୍ବାଡ଼ି କର୍ମୀ ଓ ଓ୍ବାର୍ଡ ମେମ୍ବର ସହୋଯୋଗ କରିଥିଲେ।

Comments (0)
Add Comment